cop
ଚେନ୍ନାଇ: ତିହାର ଜେଲରେ ଘାତକ ନଥିବାରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକମାନେ କେମିତି ଫାଶୀରେ ଝୁଲିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ଭିତରେ ତାମିଲନାଡୁ ପୁଲିସ୍ରେ ହେଡ୍ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ଏସ୍ ସୁଭାଷ ଶ୍ରୀନିବାସନ ତିହାର ଜେଲରେ ଘାତକ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
ଏଥିସହ ସେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଚାହୁଁଛନ୍ତି ବୋଲି ତିହାର ଜେଲର ଡିଜିପିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ରାମନାଥପୁରମ ଠାରେ ଥିବା ଟ୍ରେନିଂ ସେଣ୍ଟରରେ ଶ୍ରୀନିବାସନ ହେଡ କନଷ୍ଟେବଲ ଭାବେ କାର୍ଯ୍ୟ କରୁଛନ୍ତି। ତିହାର ଜେଲରେ ଘାତକ ନଥିବା ଖବର ପାଇବା ପରେ ସେ ନିଜ ଆଡ଼ୁ ଏହି ପଦବୀ ପାଇଁ ଆବେଦନ କରିଛନ୍ତି।
ସେ ଚିଠିରେ ଲେଖିଛନ୍ତି, “ଏହି ଚାକିରି ପାଇଁ ମୋତେ କୌଣସି ଅର୍ଥ ଦରକାର ନାହିଁ। ଆପଣ ଯେଉଁ କାମ ପାଇଁ ମୋତେ ନେବେ, ତାହା ମୋ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ହେବ। ତେଣୁ ମୁଁ ଆପଣଙ୍କୁ ତିହାର ଜେଲରେ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ବୋଲି ନିବେଦନ କରୁଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cop_1626687057.jpg)