Advertisment

ତାମିଲନାଡୁ କୃଷି ମନ୍ତ୍ରୀଙ୍କ ପରଲୋକ

ଚେନ୍ନାଇ: ତାମିଲନାଡୁ କୃଷି ମନ୍ତ୍ରୀ ଆର୍‌ ଦୋରାଇକ୍କାନ୍ନୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୧୫ ମିନିଟ୍‌ରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତଞ୍ଜାଭୁର୍‌ ଜିଲ୍ଲା ପାପନାସମ୍‌ରୁ ୩ ଥର ବିଧାୟକ ହୋଇଥିବା ଆର. ଦୋରାଇକ୍କାନ୍ନୁ ଅକ୍ଟୋବର ୧୩ ରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ଫୁସ୍‌ଫୁସ୍‌ର ୯୦% ସଂକ୍ରମିତ ହୋଇଥିବା ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା। […]

ତାମିଲନାଡୁ କୃଷି ମନ୍ତ୍ରୀଙ୍କ ପରଲୋକ

minister

Advertisment

ଚେନ୍ନାଇ: ତାମିଲନାଡୁ କୃଷି ମନ୍ତ୍ରୀ ଆର୍‌ ଦୋରାଇକ୍କାନ୍ନୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୧୫ ମିନିଟ୍‌ରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ତଞ୍ଜାଭୁର୍‌ ଜିଲ୍ଲା ପାପନାସମ୍‌ରୁ ୩ ଥର ବିଧାୟକ ହୋଇଥିବା ଆର. ଦୋରାଇକ୍କାନ୍ନୁ ଅକ୍ଟୋବର ୧୩ ରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ଫୁସ୍‌ଫୁସ୍‌ର ୯୦% ସଂକ୍ରମିତ ହୋଇଥିବା ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା। ଫଳରେ ତାଙ୍କୁ ECMO (extracorporeal membrane oxygenation) ଏବଂ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା।

ଆର୍‌ ଦୋରାଇକ୍କାନ୍ନୁଙ୍କ ପରଲୋକରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି.କେ ପଲାନିସ୍ୱାମୀ ଦୁଃଖ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ