Advertisment

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହଠାତ୍‌ ଆସିଲା ନୂଆ ମୋଡ଼, ଗିରଫ ହେଲେ ସୁଶାନ୍ତଙ୍କ ସାଙ୍ଗ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହଠାତ୍‌ ଏକ ନୂଆ ମୋଡ଼ ଆସିଛି। ଡ୍ରଗ୍ସ ମାମଲାରେ Narcotics Control Bureau (NCB) ସୁଶାନ୍ତଙ୍କ ସାଙ୍ଗ ତଥା ରୁମ୍‌ ମେଟ୍‌ ସିଦ୍ଧାର୍ଥ ପିଠାନୀଙ୍କୁ ଗତକାଲି ହାଇଦ୍ରାବାଦରୁ ଗିରଫ କରିଛି।…

ଅଦ୍ୟତନ ହୋଇଛି
ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହଠାତ୍‌ ଆସିଲା ନୂଆ ମୋଡ଼, ଗିରଫ ହେଲେ ସୁଶାନ୍ତଙ୍କ ସାଙ୍ଗ

sushant singh rajput

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହଠାତ୍‌ ଏକ ନୂଆ ମୋଡ଼ ଆସିଛି। ଡ୍ରଗ୍ସ ମାମଲାରେ Narcotics Control Bureau (NCB) ସୁଶାନ୍ତଙ୍କ ସାଙ୍ଗ ତଥା ରୁମ୍‌ ମେଟ୍‌ ସିଦ୍ଧାର୍ଥ ପିଠାନୀଙ୍କୁ ଗତକାଲି ହାଇଦ୍ରାବାଦରୁ ଗିରଫ କରିଛି। ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି। ସୁଶାନ୍ତଙ୍କ ମୃତ୍ୟୁର ପାଖାପାଖି ବର୍ଷକ ପରେ NCB ସିଦ୍ଧାର୍ଥଙ୍କୁ ଗିରଫ କରିଛି। ସିଦ୍ଧାର୍ଥ, ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ବୋଲି ଜଣାପଡ଼ିଛି।

Advertisment

୨୦୨୦ ମସିହା ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ସମୟରେ ସୁଶାନ୍ତଙ୍କ ଘରେ ୪ ଜଣ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଥିଲେ। କିଛିଦିନ ତଳେ ସିଦ୍ଧାର୍ଥଙ୍କ ନିର୍ବନ୍ଧ ସରିଥିଲା। ଏନ୍‌ଗେଜ୍‌ମେଣ୍ଟ ଫଟୋ ସିଦ୍ଧାର୍ଥ ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ।

Advertisment

ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ମୁମ୍ବାଇ ପୋଲିସ୍‌ ଓ ସିବିଆଇ ଅନେକ ଥର ସିଦ୍ଧାର୍ଥଙ୍କୁ ଜେରା କରିଥିଲେ। ଏହାସହ ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରାଯିବା ସହ ଗିରଫ କରାଯାଇଥିଲା। ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍ସ ମଗାଉଥିଲେ ବୋଲି ରିୟାଙ୍କ ଫୋନ୍‌ର ହ୍ୱାଟ୍ସଆପ୍‌ ଚାଟ୍‌ରୁ ଖୁଲାସା ହୋଇଥିଲା। ଏହାପରେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରମୁଖ ସେଲିବ୍ରିଟିମାନଙ୍କୁ ତଦନ୍ତର ସାମ୍ନାକୁ ହେବାକୁ ପଡ଼ିଥିଲା।

Sushant Singh Death Case Sushant Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ