sweta-singh
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ଲଗାତର ସ୍ୱର ଉଠିବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପୁଣିଥରେ ନିଜ ଭାଇଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏ ନେଇ ଶ୍ୱେତା ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ହାତଯୋଡ଼ି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ଲାଗି ବିହାର ସରକାରଙ୍କ ସିବିଆଇ ତଦନ୍ତ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିସାରିଛନ୍ତି। ସୁପ୍ରିମକୋର୍ଟରେ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତିଙ୍କ ଆବେଦନ ଉପରେ ଶୁଣାଣି ବେଳେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା କୋର୍ଟଙ୍କୁ ଏହି ସୂଚନା ଦେଇସାରିଛନ୍ତି।
ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇ ଫ୍ଲାଟରୁ ସୁଶାନ୍ତ ମୃତଦେହ ମିଳିଥିଲା। ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ତେବେ ସୁଶାନ୍ତଙ୍କ ପରିବାର, ବଲିଉଡର କିଛି କଳାକାର ଓ ଅଗଣିତ ଫ୍ୟାନ୍ ଏହାକୁ ଗ୍ରହଣ କରିପାରୁନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sweta-singh_1625435883.jpg)