Advertisment

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ଆଉ ଏକ ନୂଆ ତଥ୍ୟ

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାରତ ଏବେ ସିବିଆଇ ହାତରେ। ୧୦ରୁ ଅଧିକ ଦିନ ଧରି ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ସିବିଆଇ ଘନଘନ ଜେରା କରୁଛି। ଏହା ମଧ୍ୟରେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ। ଜୁନ୍ ୯ରେ ସୁଶାନ୍ତ ଏକ ଇ-କମର୍ସ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏକ ବିଜ୍ଞାପନ ପାଇଁ କମ୍ପାନୀ ସହ ଡିଲ୍ କରିବାକୁ ଚାହିଁଥିଲେ ସୁଶାନ୍ତ। ଏନେଇ ସୁଶାନ୍ତ ନିଜ ଘରୋଇ ସହାୟକ […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ଆଉ ଏକ ନୂଆ ତଥ୍ୟ

susant

Advertisment

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାରତ ଏବେ ସିବିଆଇ ହାତରେ। ୧୦ରୁ ଅଧିକ ଦିନ ଧରି ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ସିବିଆଇ ଘନଘନ ଜେରା କରୁଛି। ଏହା ମଧ୍ୟରେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ। ଜୁନ୍ ୯ରେ ସୁଶାନ୍ତ ଏକ ଇ-କମର୍ସ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏକ ବିଜ୍ଞାପନ ପାଇଁ କମ୍ପାନୀ ସହ ଡିଲ୍ କରିବାକୁ ଚାହିଁଥିଲେ ସୁଶାନ୍ତ।

Advertisment

ଏନେଇ ସୁଶାନ୍ତ ନିଜ ଘରୋଇ ସହାୟକ ଦୀପେଶ ସାୱନ୍ତଙ୍କ ସହ କମ୍ପାନୀର ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ସୁଶାନ୍ତଙ୍କ ସହ ଅଧିକାରୀଙ୍କ ମଧ୍ୟରେ ହୋଇଥିବା Whatsapp ଚାଟ୍ ଏବେ ଭାଇରାଲ୍ ହୋଇଛି। ତେବେ ଏହାର ଦିନକ ଅର୍ଥାତ୍ ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଆସିଥିବା ରିୟା ଚକ୍ରବର୍ତ୍ତି କହିଥିଲେ।

ସେହିପରି ଜୁନ୍ ୧୪ ତାରିଖ ସକାଳ ୧୦ଟା ୫୧ ମିନିଟରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଦୀପେଶ Whatsappରେ ଯୋଗାଯୋଗ କରିଥିଲେ। ତେବେ ଅଭିଯୋଗ ଅନୁସାରେ, ଜୁନ୍ ୧୪ ସକାଳ ପ୍ରାୟ ସାଢ଼େ ୯ଟା ପରେ ସୁଶାନ୍ତ ବେଡ୍ ରୁମକୁ ଚାଲି ଯାଇଥିଲେ। ୧୧ଟା ପରେ ସେ କବାଟ ନଖୋଲିବାକୁ ବନ୍ଧୁ ସିର୍ଦ୍ଧାଥ ପିଠାନୀଙ୍କ ସହ ଦୀପେଶ ବ୍ୟସ୍ତ ବିବ୍ରତ ହୋଇ ତାଙ୍କୁ ଉଠାଇବାକୁ କବାଟ ବାଡ଼େଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ