Advertisment

ତୋ ନିରୀହ ହସ ମୋର ସବୁବେଳେ ମନେପଡ଼ିବ-ଭାବପ୍ରବଣ ହୋଇ କହିଲେ ସୁଶାନ୍ତଙ୍କ ଭଉଣୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ଦୁଃଖରେ ଭାଙ୍ଗି ପଡ଼ିଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡିତ ବିଭିନ୍ନ ପ୍ରକାରର ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଏନେଇ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଫେସବୁକ୍‌ରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତଙ୍କ ସମସ୍ତ ଯନ୍ତ୍ରଣା ପାଇଁ ତାଙ୍କ ଭଉଣୀ ଶ୍ୱେତା ଏହି ପୋଷ୍ଟ ମାଧ୍ୟମରେ କ୍ଷମା […]

ତୋ ନିରୀହ ହସ ମୋର ସବୁବେଳେ ମନେପଡ଼ିବ-ଭାବପ୍ରବଣ ହୋଇ କହିଲେ ସୁଶାନ୍ତଙ୍କ ଭଉଣୀ

sushant

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ଦୁଃଖରେ ଭାଙ୍ଗି ପଡ଼ିଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡିତ ବିଭିନ୍ନ ପ୍ରକାରର ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଏନେଇ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଫେସବୁକ୍‌ରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତଙ୍କ ସମସ୍ତ ଯନ୍ତ୍ରଣା ପାଇଁ ତାଙ୍କ ଭଉଣୀ ଶ୍ୱେତା ଏହି ପୋଷ୍ଟ ମାଧ୍ୟମରେ କ୍ଷମା ମାଗିଛନ୍ତି। ଏହି ପୋଷ୍ଟରେ ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।

Advertisment

publive-image

ଏକମାତ୍ର ଭାଇକୁ ହରାଇ ଦୁଃଖରେ ପାଗଳି ପ୍ରାୟ ହୋଇପଡ଼ିଥିବା ଶ୍ୱେତା ସିଂହ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋ ବେବି, ମୋର ବାବୁ, ମୋର ଛୁଆ..ତୁ ଆମ ମଧ୍ୟରେ ଶାରୀରିକ ଭାବରେ ଉପସ୍ଥିତ ନାହୁଁ। ମୁଁ ଜାଣିଛି, ତୁ ବହୁତ ମାନସିକ ଯନ୍ତ୍ରଣାରେ ଥିଲୁ। ଏକଥା ବି ଜାଣିଛି, ତୁ ଜଣେ ଯୋଦ୍ଧା ମଧ୍ୟ ଥିଲୁ । ତୁ ସାହସର ସହିତ ଲଢ଼ୁଥିଲୁ। ମତେ କ୍ଷମା କରିଦେବୁ,  ମୋ ଧନ..‘

ସେ ଆହୁରି ଲେଖିଛନ୍ତି,  ତୁ ଯାହାବି କଷ୍ଟ ପାଇଛୁ ସେଥିପାଇଁ ମୁଁ କ୍ଷମା ମାଗୁଛି। ଯଦି ମୋ ହାତରେ କିଛି ଥାଆନ୍ତା, ତେବେ ତୋର ସବୁ ଦୁଃଖ ମୁଁ ନେଇ, ତତେ ସବୁ ସୁଖ ଦେଇଥାନ୍ତି। ତୋର ଉଜ୍ଜଳ ଆଖି ଦୁଇଟି ଦୁନିଆକୁ ସ୍ୱପ୍ନ ଦେଖିବା ଶିଖାଇଲା, ତୋର ନିରୀହ ହସ ମୋର ସବୁବେଳେ ମନେପଡ଼ିବ। ତତେ ସବୁବେଳେ ଭଲ ପାଇବି... ମୋ ବେବି। ତତେ ବହୁତ ଭଲ ପାଇବି... ମୋ ଧନ। ମୋ ବେବି... ତୁ ଯୋଉଠି ବି ଥା, ଖୁସିରେ ଥା।’

Advertisment

ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ଲେଖିଛନ୍ତି, ‘ମୋର ସମସ୍ତ ପ୍ରିୟଜନ, ମୁଁ ଜାଣିଛି  ଏହେଉଛି କଷ୍ଟକର ସମୟ । କିନ୍ତୁ ଘୃଣାକୁ ଛାଡି ଭଲପାଇବା ଓ କ୍ରୋଧକୁ ଛାଡି ଦୟା କର।‘

ଶ୍ୱେତା ସିଂହ ସୁଶାନ୍ତଙ୍କ ଦ୍ୱାରା ଲିଖିତ ଏକ ଟ୍ୱିଟ୍‌ ମଧ୍ୟ ସେୟାର କରିଛନ୍ତି। ଏହି ଟ୍ୱିଟ୍‌ରେ ସୁଶାନ୍ତ ଲେଖିଥିଲେ ‘ସେ ଯାହା କହେ ତାହା କରିପାରେ..।  ତୁମେ ହେଉଛ ପ୍ରଥମ ମହିଳା, ତୁମକୁ ଅନେକ ଅନେକ ସ୍ନେହ-ଭାଇ ସୁଶାନ୍ତ’।

Advertisment

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତୀଙ୍କ ଦ୍ୱାରା ଲିଖିତ ଏହି ଭାବପ୍ରବଣ ପୋଷ୍ଟକୁ ସମସ୍ତେ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ:ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ Sonu Nigam ଙ୍କ Instagram ଚାଞ୍ଚଲ୍ୟକର କଥା

Sushant Singh Rajput Sushant Singh Rajput Suicide Sweta Singh Emotional Post For Sushant Sweta Singh Kirti Sweta Singh Kirti Message For Sushant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ