Advertisment

ମୁମ୍ବାଇରେ ପହଞ୍ଚିଲା ସିବିଆଇ ଟିମ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଲା ସିବିଆଇ ଟିମ୍। ସିବିଆଇ ଟିମର ୪ ଜଣ ଅଧିକାରୀ ମୁମ୍ବାଇରେ ପହଞ୍ଚିଛନ୍ତି। ସେହିପରି ଆଉ ଏକ ଟିମ୍ ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିବ। ମୁମ୍ବାଇ ପହଞ୍ଚିଥିବା ସିବିଆଇ ଟିମକୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି। ସିବିଆଇର ଟିମ୍ କ୍ୱାରେଣ୍ଟିନରେ ନରହିବାକୁ ଆବେଦନ କରିଥିଲା, ଯାହାକୁ ବିଏମସି ସ୍ୱୀକାର କରିନେଇଥିଲା। ସିବିଆଇ ଏଠାରେ ମୁମ୍ବାଇ ପୋଲିସ୍ ଠାରୁ କ୍ରାଇମ୍ ସିନର ସମସ୍ତ ତଥ୍ୟ ନେବ। […]

ମୁମ୍ବାଇରେ ପହଞ୍ଚିଲା ସିବିଆଇ ଟିମ୍

cbi

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଲା ସିବିଆଇ ଟିମ୍। ସିବିଆଇ ଟିମର ୪ ଜଣ ଅଧିକାରୀ ମୁମ୍ବାଇରେ ପହଞ୍ଚିଛନ୍ତି। ସେହିପରି ଆଉ ଏକ ଟିମ୍ ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିବ।

Advertisment

ମୁମ୍ବାଇ ପହଞ୍ଚିଥିବା ସିବିଆଇ ଟିମକୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି। ସିବିଆଇର ଟିମ୍ କ୍ୱାରେଣ୍ଟିନରେ ନରହିବାକୁ ଆବେଦନ କରିଥିଲା, ଯାହାକୁ ବିଏମସି ସ୍ୱୀକାର କରିନେଇଥିଲା। ସିବିଆଇ ଏଠାରେ ମୁମ୍ବାଇ ପୋଲିସ୍ ଠାରୁ କ୍ରାଇମ୍ ସିନର ସମସ୍ତ ତଥ୍ୟ ନେବ। ତଦନ୍ତ ପାଇଁ ସିବିଆଇର ଏସଆଇଟି ଟିମ୍ ଟେକନିକ୍, ଫୋରେନ୍ସିକ୍ ଏବଂ ଟିଏଫସିର ସହାୟତା ନେବ।

ସିବିଆଇ ସୁଶାନ୍ତଙ୍କ ଘରେ ପୁନର୍ବାର କ୍ରାଇମ୍ ସିନ୍ କରିବ। ସିବିଆଇର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ଏବେ ବିହାର ପୋଲିସର କେସ୍ ଡାଏରୀ ଆଧାରରେ ତଦନ୍ତ ଆରମ୍ଭ କରିବ। ମୁମ୍ବାଇ ପୋଲିସଠାରୁ କେସ ଡାଏରୀ ନେବ ସିବିଆଇ ଫୋରେନ୍ସିକ ରିପୋର୍ଟ ସହ ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ମଧ୍ୟ ତର୍ଜମା କରିବ ସିବିଆଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ