Advertisment

ସୁପ୍ରିମକୋର୍ଟରେ ହାର୍ଦ୍ଦିକଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ବଡ ଝଟକା ଲାଗିଛି। ହାର୍ଦ୍ଦିକଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି। ଏହି ମାମଲା ଉପରେ ଶୁଣାଣି ପାଇଁ କୌଣସି ଜଲଦି ନାହିଁ ବୋଲି ତାଙ୍କ ଆବେଦନର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ୨୦୧୫ ମେହସଣା ଦଙ୍ଗା ମାମଲାରୁ ନିଜ ନା ଉଠାଇ ଦେବାକୁ ହାର୍ଦ୍ଦିକ କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏଥି ସହିତ ରିପ୍ରେଜେଣ୍ଟେସନ […]

ସୁପ୍ରିମକୋର୍ଟରେ ହାର୍ଦ୍ଦିକଙ୍କୁ ବଡ ଝଟକା

hardik_patel_4355085_835x547-m

Advertisment

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ବଡ ଝଟକା ଲାଗିଛି। ହାର୍ଦ୍ଦିକଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି। ଏହି ମାମଲା ଉପରେ ଶୁଣାଣି ପାଇଁ କୌଣସି ଜଲଦି ନାହିଁ ବୋଲି ତାଙ୍କ ଆବେଦନର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି।
୨୦୧୫ ମେହସଣା ଦଙ୍ଗା ମାମଲାରୁ ନିଜ ନା ଉଠାଇ ଦେବାକୁ ହାର୍ଦ୍ଦିକ କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏଥି ସହିତ ରିପ୍ରେଜେଣ୍ଟେସନ ଅଫ୍ ଦି ପିପୁଲ ଆକ୍ଟ ୧୯୫୧ ଅନୁସାରେ ହାର୍ଦ୍ଦିକଙ୍କୁ ନିବାଚନ ଲଢ଼ିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାର୍ଦ୍ଦିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସେ ଆବେଦନ କରିଥିଲେ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ନେଇ ଆଶଙ୍କା ଦେଖାଦେଇଛି। ପଟିଦାର ସଂପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ କଂଗ୍ରେସରେ ସାମିଲ ହୋଇଥିଲେ, ପରେ ଗୁଜରାଟର ଜାମନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କୁ ଟିକେଟ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ