Advertisment

ଲୋନ୍‌ ମୋରାଟୋରିୟମ ଅବଧି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ବ୍ୟାଙ୍କର ଋଣ ମୋରାଟୋରିୟମ୍ ଅବଧି ଆଉ ବୃଦ୍ଧି କରାଯିବନାହିଁ । ଏଥିସହ ଏହି ସମୟ ଅବଧି ଭିତରେ ଋଣକୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବନି । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି। ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି। ଜଷ୍ଟିସ୍ […]

ଲୋନ୍‌ ମୋରାଟୋରିୟମ ଅବଧି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

supreme-court

Advertisment

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ବ୍ୟାଙ୍କର ଋଣ ମୋରାଟୋରିୟମ୍ ଅବଧି ଆଉ ବୃଦ୍ଧି କରାଯିବନାହିଁ । ଏଥିସହ ଏହି ସମୟ ଅବଧି ଭିତରେ ଋଣକୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବନି । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି। ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି।

Advertisment

ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର୍, ଭୂଷଣ ରେଡ୍ଡୀ ଏବଂ ଜଷ୍ଟିସ୍ ଏମ.ଆର ଶାହାଙ୍କ ଦ୍ୱାରା ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଲୋନ ମୋରାଟୋରିୟମ ଅବଧି ବଢାଇବା ପାଇଁ ହୋଇଥିବା ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ମୋରାଟୋରିୟମର ଅବଧି ଅଗଷ୍ଟ ୩୧ ତାରିଖ ଯାଏଁ ରହିଛି । ଏହାକୁ ଆଉ ବଢାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସେହିଭଳି ପୁରା ସୁଧ ଛାଡ କରାଗଲେ ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ କେବଳ କମ୍ପାନୀ ନୁହେଁ ସରକାର ବି ବହୁତ କ୍ଷତି ସହିଛନ୍ତି । ଏଥିସହ ଆର୍ଥିକ ନୀତି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

ଏହି ମାମଲା ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି ।  ଯେଉଁଥିରେ ସ୍ପଷ୍ଟ କୁହାଯାଇଛି ଯେ ସରକାର ବିଭିନ୍ନ ସେକ୍ଟରରେ ପର୍ଯ୍ୟାପ୍ତ ପରିମାଣର ରିହାତି ଛାଡ ହୋଇଛି । ମହାମାରୀ ସମୟରେ ଆହୁରି ଅଧିକ ଛାଡ କରିବା ସମ୍ଭବ ନୁହେଁ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ