sumitra
ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଚଳିତ ଲୋକସଭା ନିର୍ବାଚନରେ ଲଢିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇଛନ୍ତି। ଇନ୍ଦୋର ଲୋକସଭା ଆସନରୁ ସୁମିତ୍ରା ମହାଜନ ୮ଥର ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅନେକ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ଇନ୍ଦୋର ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।
ପ୍ରାର୍ଥୀ ଚୟନରେ ଦଳକୁ ବିଷମ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଥିବାରୁ ସେ ନିର୍ବାଚନରୁ ଓହରି ଯାଇଛନ୍ତି। ଚଳିତବର୍ଷ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡ୍ଭାନୀ, ମୁରଲୀ ମନୋହର ଯୋଶୀ, କାଲରାଜ ମିଶ୍ର ଓ ବି.ସି. ଖଣ୍ଡୁରୀ ମଧ୍ୟ ନିର୍ବାଚନ ଲଢୁନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sumitra-2_1626341230.jpg)