Advertisment

କାହିଁକି ନିଜ ପୁରୁଣା ଆପାର୍ଟମେଣ୍ଟ ଛାଡ଼ିଥିଲେ ସୁଶାନ୍ତ? ଚାଞ୍ଚଲ୍ୟକର ଖୁଲାସା କଲେ ରୋଷେୟା

ମୁମ୍ବାଇ (ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସିବିଆଇ ଟିମ୍ ମୁମ୍ବାଇରେ ଡେରା ପକାଇସାରିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ଦିନ ନୂଆ ଖୁଲାସା ସାମ୍ନାକୁ ଆସୁଛି ଏବଂ ଏହା ସହ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା ହେବାରେ ଲାଗିଛି। ଏହିକ୍ରମରେ ଅଭିନେତା ସୁଶାନ୍ତଙ୍କ ରୋଷେୟା ଭାବେ କାମ କରୁଥିବା ନୀରଜ ସିଂହଙ୍କୁ ସିବିଆଇ ଘନଘନ ପଚରାଉଚୁରା କରୁଛି। ଶୁକ୍ରବାର […]

ଅଦ୍ୟତନ ହୋଇଛି
କାହିଁକି ନିଜ ପୁରୁଣା ଆପାର୍ଟମେଣ୍ଟ ଛାଡ଼ିଥିଲେ ସୁଶାନ୍ତ? ଚାଞ୍ଚଲ୍ୟକର ଖୁଲାସା କଲେ ରୋଷେୟା

sushant

Advertisment

ମୁମ୍ବାଇ (ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସିବିଆଇ ଟିମ୍ ମୁମ୍ବାଇରେ ଡେରା ପକାଇସାରିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ଦିନ ନୂଆ ଖୁଲାସା ସାମ୍ନାକୁ ଆସୁଛି ଏବଂ ଏହା ସହ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା ହେବାରେ ଲାଗିଛି। ଏହିକ୍ରମରେ ଅଭିନେତା ସୁଶାନ୍ତଙ୍କ ରୋଷେୟା ଭାବେ କାମ କରୁଥିବା ନୀରଜ ସିଂହଙ୍କୁ ସିବିଆଇ ଘନଘନ ପଚରାଉଚୁରା କରୁଛି।

Advertisment

Sushant Singh Rajput flat interior - YouTube

ଶୁକ୍ରବାର ସିବିଆଇ ପ୍ରାୟ ୧୦ ଘଣ୍ଟା ଧରି ନୀରଜକୁ ପଚରାଉଚୁରା କରିଥିଲା। ଏହା ପରଦିନ ଅର୍ଥାତ୍ ଶନିବାର ମଧ୍ୟ ସିବିଆଇ ମଧ୍ୟ ନୀରଜଙ୍କୁ ପାଖାପାଖି ସାଢ଼େ ୭ଟା ଘଣ୍ଟା ଧରି ପଚରାଉଚୁରା କରିଥିଲା। ଏହି ଦୁଇଦିନ ଭିତରେ ସିବିଆଇ ଅଧିକାରୀମାନେ ନୀରଜଙ୍କୁ ଅଲଗା ଅଲଗା ପଚରାଉଚୁରା କରିଥିଲା। ସୁଶାନ୍ତଙ୍କ ଘରକୁ କେଉଁମାନେ ଯିବାଆସିବା କରୁଥିଲେ, ସେ ସମ୍ବନ୍ଧରେ ସିବିଆଇ ନୀରଜଙ୍କୁ ପଚାରିଛି। କିନ୍ତୁ ଏବେ ସିବିଆଇ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ସହ ନୀରଜଙ୍କୁ ଏକାଠି ପଚରାଉଚୁରା କରିଛି। ଏହି ପଚରାଉଚୁରା ମଧ୍ୟରେ ନୀରଜ ସୁଶାନ୍ତଙ୍କ ପୁରୁଣା ଘର ବିଷୟରେ କିଛି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କ ହୋଶ୍ ଉଡ଼ାଇ ଦେଇଛି।
Sushant Singh Rajput Death Case: Locksmith, Who Unlocked Actor's ...

ସୁଶାନ୍ତ କାହିଁକି ଡିସେମ୍ବରରେ ବାନ୍ଦ୍ରାସ୍ଥିତ ନିଜ ଆପାର୍ଟମେଣ୍ଟ ଛାଡ଼ିଥିଲେ, ତା'ର ଖୁଲସା କରିଛନ୍ତି ନୀରଜ। ନୀରଜ କହିଛନ୍ତି, ଡିସେମ୍ବର, ୨୦୧୯ରେ ସୁଶାନ୍ତ ସାର୍ ମାଉଣ୍ଟ ବ୍ଲକ୍ ଆପାର୍ଟମେଣ୍ଟକୁ ସ୍ଥାନାନ୍ତର ହୋଇଥିଲେ। କିନ୍ତୁ ବାନ୍ଦ୍ରାସ୍ଥିତ କାପ୍ରି ହାଇଟ୍ସରେ ଆମେ ଯେଉଁଠି ରହୁଥିଲୁ, ସେଠାରେ ଆମକୁ ୱାକି-ଟକିଜ୍ ସେଟ୍‌ ଦିଆଯାଇଥିଲା। ଏହା ଜରିଆରେ ଆମେ ସୁଶାନ୍ତ ସାରଙ୍କ ସହ କଥା ହେଉଥିଲୁ। ଥରେ ରାତିରେ ମୁଁ ଯେତେବେଳେ ଶୋଇପଡ଼ିଥିଲି, ହଠାତ୍ ୱାକି-ଟକିଜରେ ଶୁଣିବାକୁ ମିଳିଲା ଯେ ନୀରଜ ଲାଟ୍ ବନ୍ଦ କରିଦିଅ। ମୁଁ ସୁଶାନ୍ତ ସାରଙ୍କ ବେଡରୁମକୁ ଗଲି ଏବଂ ଦେଖିଲି ସାର୍ ଶୋଇଛନ୍ତି ଏବଂ ଲାଇଟ୍ ବନ୍ଦ ଅଛି। କିଛି ସମୟ ପରେ ପୁଣି ସେହି ଶବ୍ଦ ଶୁଣିବାକୁ ପାଇଲି। ଏହା ପୁଣି ଯାଇ ଦେଖିଲି ଯେ ଲାଇଟ୍ ବନ୍ଦ ଥିଲା ଏବଂ ସୁଶାନ୍ତ ସାର୍ ଶୋଇ ପଡ଼ିଥିଲେ। ସେହି ସମୟରେ ମୁଁ ବହୁତ ଡରି ଯାଇଥିଲି ଏବଂ ଏହି କାରଣରୁ ସାରା ରାତି ଶୋଇପାରିନଥିଲି। କେବଳ ଏତିକି ନୁହେଁ, ତଳକୁ ଯାଉଥିବା ଲିଫ୍ଟର ଶବ୍ଦ ଏବଂ ଡ୍ରମର ଶବ୍ଦ ମଧ୍ୟ ଶୁଣିଥିଲି। ଏଥିପାଇଁ ସୁଶାନ୍ତ ସାର୍ ସେହି ଘରକୁ ଛାଡ଼ି ଦେଇଥିଲେ।
Sushant Singh Rajput: 'Vande Bharatam' was Sushant Singh Rajput's ...

Advertisment

ସିବିସିଆଇକୁ ପଚରାଉଚୁରାରେ ନୀରଜ କହିଛନ୍ତି, ମୃତ୍ୟୁର ତିନି ଦିନ ପୂର୍ବରୁ ସୁଶାନ୍ତ ସାର୍ ଗଞ୍ଜେଇ ସେବନ କରିଥିଲେ। ଏପରିକି ସୁଶାନ୍ତ ସାର୍ ପାର୍ଟିରେ ମଧ୍ୟ ଗଞ୍ଜେଇର ବ୍ୟବହାର କରୁଥିଲେ। ଘରେ ରିୟା ଓ ଆୟୁଷଙ୍କ ସହ ସପ୍ତାହକୁ ଥରେ କିମ୍ବା ଦୁଇଥର ପାର୍ଟି କରୁଥିଲୁ। ପାର୍ଟିରେ ସୁଶାନ୍ତ ମଦ୍ୟପାନ ଏବଂ ମାରିଆନା ସିଗାରେଟ୍ ବ୍ୟବହାର କରୁଥିଲେ। ଘରେ ମଧ୍ୟ ମାରିଆନା ସିଗାରେଟର ପୂରା ଷ୍ଟକ୍ ରହୁଥିଲେ। ସୁଶାନ୍ତଙ୍କ ମୃତ୍ୟୁର ତିନିଦିନ ପୂର୍ବେ ମୁଁ ଏକ ସିଗାରେଟ୍ ଖୋଳରେ ମାରିଆନା ସିଗାରେଟ୍ ରଖିଥିଲି। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ସେହି ଖୋଳ ଖାଲିଥିଲା।

Sushant Singh Rajput's cook Neeraj and Siddharth Pithani also ...

ନୀରଜଙ୍କଠାରୁ ଏସବୁ କଥା ଶୁଣିବା ପରେ ସିବିଆଇ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏଥିପାଇଁ ସିବିଆଇ ନୀରଜଙ୍କଠାରୁ ଆଉକିଛି ପଚରାଉଚୁରା କରି ସୁଶାନ୍ତଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରିବାକୁ ଚାହୁଁଛି। ତା'ଛଡ଼ା ଏଠି ପ୍ରଶ୍ନ ଉଠୁଛି ଯେ ନୀରଜ ଜାଣିଶୁଣି ମାମଲାକୁ ଡାଇଭର୍ଟ କରିବାକୁ ପ୍ରୟାସ କରୁନାହାନ୍ତି ତ? କାରଣ ଏହା ପୂର୍ବରୁ ତିନୋଟି ଯାକ ତଦନ୍ତରେ ଗଞ୍ଜେଇ କଥା ଆଦୌ ଉଠିନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ