Advertisment

SSF କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ସହିଦ ହୋଇଥିବା ସ୍ପେଶାଲ୍ ଫ୍ରଣ୍ଟିୟର ଫୋର୍ସ କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଲେହରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତେନଜିନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ମରଶରୀରକୁ SSFର ସ୍ୱତନ୍ତ୍ର ଟ୍ରକରେ ଏସକର୍ଟ କରି ଲେହକୁ ଅଣାଯାଇଥିଲା। ତେନଜିନଙ୍କ ମରଶରୀରକୁ ଉଭୟ ତ୍ରିରଙ୍ଗା ଏବଂ ତିବ୍ଦତୀୟ ଜାତୀୟ ପତାକାରେ ଘୋଡାଇ ସୋନମଲିଙ୍ଗ ତିବ୍ଦତୀୟ ବସ୍ତିରେ ଥିବା ଘରକୁ ନିଆଯାଇଥିଲା। ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ସମ୍ପୂର୍ଣ୍ଣ […]

SSF କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ

commoando

Advertisment

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ସହିଦ ହୋଇଥିବା ସ୍ପେଶାଲ୍ ଫ୍ରଣ୍ଟିୟର ଫୋର୍ସ କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଲେହରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତେନଜିନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ମରଶରୀରକୁ SSFର ସ୍ୱତନ୍ତ୍ର ଟ୍ରକରେ ଏସକର୍ଟ କରି ଲେହକୁ ଅଣାଯାଇଥିଲା।

Advertisment

ତେନଜିନଙ୍କ ମରଶରୀରକୁ ଉଭୟ ତ୍ରିରଙ୍ଗା ଏବଂ ତିବ୍ଦତୀୟ ଜାତୀୟ ପତାକାରେ ଘୋଡାଇ ସୋନମଲିଙ୍ଗ ତିବ୍ଦତୀୟ ବସ୍ତିରେ ଥିବା ଘରକୁ ନିଆଯାଇଥିଲା। ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ୨୧ ଗନ୍ ସ୍ୟାଲୁଟ୍ ସହ ଶେଷ ବିଦାୟ ଦେଇଥିଲେ ଯବାନ।

ଏହି ଅବସରରେ ତେନଜିନଙ୍କ ପତ୍ନୀ ଓ ତିନି ସନ୍ତାନଙ୍କ ସହ ଅନ୍ୟ ପରିବାର ଲୋକେ ସାମିଲ ହୋଇଥିଲେ। ବିଜେପି ନେତା ରାମ ମାଧବଙ୍କ ସହ ସେନା, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଗତ ୨୯-୩୦ ତାରିଖ ରାତିରେ ପୂର୍ବ ଲଦାଖର ପଙ୍ଗୋଙ୍ଗ ଲେକ୍ ନିକଟରେ ଚୀନ୍ ସେନା ସହ ମୁହାଁମୁହିଁ ହୋଇ ତେନଜିନଙ୍କ ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ