Advertisment

ମହାକାଶରେ ତିଆରି ହେବ ହୋଟେଲ, ୪୦୦ ଲୋକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା…

ନୂଆଦିଲ୍ଲୀ: ହୋଟେଲ ହେଉ ବା ରେଷ୍ଟୁରାଣ୍ଟ। ଅନେକ ସମୟରେ ଆପଣ ସେଠାରେ ରହିଥିବେ, ଖାଇଥିବେ ଓ ରାତ୍ରୀଯାପନ କରିଥିବେ। ଏଇ ପୃଥିବୀ ପୃଷ୍ଠକୁ ଛାଡି ଆପଣ କେବେ ମହାକାଶରେ ରହିଛନ୍ତି କି? ଯଦି ନା ତାହେଲେ ଏ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ମହାକାଶରେ ହେବାକୁ ଯାଉଛି ଏକ ଅତ୍ୟାଧୁନିକ ହୋଟେଲ। ଯେଉଁଠି ରହିବା ସହ ଖାଇବାର ସୁବିଧା ମିଳିବ। ଖାଲି ଏତିକି ନୁହେଁ ସିନେମା ହଲଠାରୁ ଆରମ୍ଭ କରି ଜିମ ଓ ଲାଇବ୍ରେରୀ ବି […]

ମହାକାଶରେ ତିଆରି ହେବ ହୋଟେଲ, ୪୦୦ ଲୋକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା…

hotel

Advertisment

ନୂଆଦିଲ୍ଲୀ: ହୋଟେଲ ହେଉ ବା ରେଷ୍ଟୁରାଣ୍ଟ। ଅନେକ ସମୟରେ ଆପଣ ସେଠାରେ ରହିଥିବେ, ଖାଇଥିବେ ଓ ରାତ୍ରୀଯାପନ କରିଥିବେ। ଏଇ ପୃଥିବୀ ପୃଷ୍ଠକୁ ଛାଡି ଆପଣ କେବେ ମହାକାଶରେ ରହିଛନ୍ତି କି? ଯଦି ନା ତାହେଲେ ଏ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ମହାକାଶରେ ହେବାକୁ ଯାଉଛି ଏକ ଅତ୍ୟାଧୁନିକ ହୋଟେଲ। ଯେଉଁଠି ରହିବା ସହ ଖାଇବାର ସୁବିଧା ମିଳିବ। ଖାଲି ଏତିକି ନୁହେଁ ସିନେମା ହଲଠାରୁ ଆରମ୍ଭ କରି ଜିମ ଓ ଲାଇବ୍ରେରୀ ବି ରହିବ।

Advertisment

ମହାକାଶର ଏହି ଅତ୍ୟାଧୁନିକ ହୋଟେଲରେ ରେସ୍ତୋରାଁ, ହେଲଥ ସ୍ପା, ବାର, କଂସର୍ଟ ଭେନ୍ୟୁ ଓ ପୃଥିବୀକୁ ଦେଖିବାକୁ ଏକ ଲାଉଞ୍ଜ ରହିବ। ଏକା ଥରକେ ଏଠାରେ ୪୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ହେବ। ଆଉ କ୍ରୁ ସଦସ୍ୟଙ୍କ ପାଇଁ ହୋଟେଲରେ ଅଲଗା ରୁମ ରହିବ ବୋଲି କୁହାଯାଉଛି। କୌଣସି ବ୍ୟକ୍ତି ଚାହିଁଲେ ୨୦ ଇନଟୁ ୧୨ ମିଟରର ଏକ ମୋଡ୍ୟୁଲ କିଣି ପାରିବେ। ଯାହାକି ଏକ ପ୍ରକାର ପ୍ରାଇଭେଟ ଭିଲ୍ଲା ଭଳି।

ମହାକାଶ ପାଇଁ ଏମିତି ପରିକଳ୍ପନା କରି ସାରିଛି Orbital Assembly। ଏଥିପାଇଁ ପରର୍ମାନେଣ୍ଟ ଷ୍ଟେକ ହୋଲଡର୍ସ ଭାବେ ସରକାରୀ ଏଜେନ୍ସିଗୁଡିକୁ ଖୋଜା ଚାଲିଛି। ଯେପରି ସେମାନେ ସେଠାରେ ନିଜର ଟ୍ରେନିଂ ସେଣ୍ଟର ଖୋଲି ପାରିବେ। ପ୍ରଥମେ କମ୍ପାନୀକୁ ମାଧ୍ୟାକର୍ଷଣ ଶକ୍ତି ସହ ଜଡିତ ଟେଷ୍ଟିଙ୍ଗ ପୁରା କରିବାକୁ ହେବ।

Advertisment

ପ୍ରତି ୯୦ ମିନିଟରେ ଏହି ହୋଟେଲ ଗ୍ଲୋବର ଗୋଟିଏ ଚକ୍କର ପୁରା କରିବ। ଏହି ସ୍ପେସ ସେଣ୍ଟର ଏକ ବଡ ସର୍କଲ ଆକାରରେ ହେବ। ଏହା କୃତ୍ରିମ ମାଧ୍ୟାକର୍ଷଣ ଜେନେରେଟ କରିବାକୁ ରୋଟେଟ ବି କରିବ। ଏହା ଚନ୍ଦ୍ରମାର ମାଧ୍ୟାକର୍ଷଣ ଭଳି ହେବ। ଆଗାମୀ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନ ଏହା ହେବ ବୋଲି କହିଛନ୍ତି ଗେଟୱେ ଫାଉଣ୍ଡେସନର ସଂସ୍ଥାପକ ଜନ ବ୍ଲିଙ୍କୋଭ। ଏହି ୱାଇଜରର କିଛି ଅଂଶ ଗେଟୱେ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ Structure Trust Assembly Robot ବା STAR ନାମକ ଏକ ରୋବଟ ଏହାର ପ୍ରାରମ୍ଭିକ ଆକାର ପ୍ରସ୍ତୁତ କରିବ।

ଡେଲି ମେଲର ଏ ସଂପର୍କିତ ରିପୋର୍ଟରେ ହୋଟେଲ ତିଆରିରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏହା ଉପରେ କାମ କରୁଥିବା Orbital Assembly କଂପାନୀ ୨୦୨୫ ସୁଦ୍ଧା କାମ ଆରମ୍ଭ କରିବ। ୨୦୨୭ ମସିହା ସୁଦ୍ଧା ହୋଟେଲ କାମ ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଉଛି। ତେବେ ସେହି ସମୟକୁ ରହିଛି ଅପେକ୍ଷା।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ