dog
ଲୁଧିଆନା: କୁକୁରଙ୍କ ପାଇଁ ଖୋଲା ଗଲା ବ୍ଲଡ୍ ବ୍ୟାଙ୍କ୍। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପଞ୍ଜାବ ଲୁଧିଆନାର ଗୁରୁ ଅଙ୍ଗଦ ଦେବ ଭେଟେରୀନାରୀ ଆଣ୍ଡ ଆନିମଲ୍ ସାଇନ୍ସ ୟୁନିଭର୍ସିଟିରେ କୁକୁରଙ୍କ ପାଇଁ ଏକ ବ୍ଲଡ୍ ବ୍ୟାଙ୍କ୍ ଖୋଲାଯାଇଛି। ନିକଟରେ ଏକ କୁକୁର ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଦାନ କରିଛି।
ପ୍ରତିବର୍ଷ ମେଡିକାଲକୁ ପ୍ରାୟ ୨୫ ହଜାରରୁ ଅଧିକ କୁକୁର ଚିକିତ୍ସା ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଶହରୁ ୬ ଶହ କୁକୁରଙ୍କଠାରେ ହେମୋଗ୍ଲୋବିନ୍ ସମସ୍ୟା ଦେଖାଦେଇଥାଏ। ଏଥିଲାଗି କୁକୁରଙ୍କର ରକ୍ତ ଆବଶ୍ୟକ ପଡ଼ିଥାଏ। ଫଳରେ କୁକୁରଙ୍କ ଚିକିତ୍ସା ପାଇଁ ଅନେକ ସମସ୍ୟା ଦେଖାଦେଇଥାଏ।
ଏବେ କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ ପ୍ରତିଷ୍ଠା ହେବା ପରେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dog_1625317922.jpg)