sonu sood
- ଅଣ୍ଡା ଓ ବ୍ରେଡ୍ ବିକ୍ରି କରିବାକୁ ସାଇକେଲରେ ବାହାରିଲେ ସୋନୁ ସୁଦ୍
- ହୋମ୍ ଡେଲଭରି ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ
ନୂଆ ଅବତାରରେ ଦେବଦୂତ । ସାଇକେଲରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସୁପରମାର୍କେଟ । ଅଣ୍ଡା ଓ ବ୍ରେଡ୍ ଧରି ବିକ୍ରି କରିବାକୁ ବାହାରିଲେ ସୋନୁ ସୁଦ୍ । ସାଇକେଲରେ ସବାର ସୋନୁ ସୁଦଙ୍କ ନୂଆ ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଙ୍କଟ କାଳରେ ରୋଜଗାର ହରାଇଲେ କି ରୋଜଗାର ଦେଉଥିବା ମହାନ୍ ମଣିଷ ? ନା ଆଉ କିଛି କାରଣ ଥାଇପାରେ ? ସୋନୁଙ୍କ ଏପରି ରୂପ ଦେଖି ପ୍ରଶଂସକମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି, ଏପରି କ’ଣ ହେଲା ଯେ ତାଙ୍କୁ ଏପରି ପଦକ୍ଷପ ନେବାକୁ ପଡ଼ିଲା । ସୋନୁ ସୁଦ୍ ତାଙ୍କ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସାଇକେଲରେ ଅଣ୍ଡା ଏବଂ ବ୍ରେଡ୍ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।
ଅଭିନେତା ସୋନୁ ସୁଦ୍ ବୁଧବାର ଦିନ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି ଏବେ ସାଇକେଲରେ ମୁଁ ନୂଆ ସୁପରମାର୍କେଟ ଖୋଲିଛି । ଏହି ସୁପରମାର୍କେଟର ନାମ ସୋନୁ ସୁଦ୍ ସୁପରମାର୍କେଟ । କିଏ କହିଲା ସୁପରମାର୍କେଟ ବନ୍ଦ ଅଛି ? ସବୁଠାରୁ ଜରୁରୀ ଓ ମହଙ୍ଗା ଜିନିଷ ତ ମୋ ପାଖରେ ମହଜୁଦ୍ ରହିଛି । ସୋନୁଙ୍କ ସୁପରମାର୍କେଟରେ ଅଣ୍ଡା ଗୋଟାକ ୬ ଟଙ୍କା । ଆଉ ତା’ପରେ ୪୦ ଟଙ୍କାରେ ବଡ଼ ବ୍ରେଡ ଓ ୨୨ ଟଙ୍କାରେ ଛୋଟ୍ ବ୍ରେଡ୍ ମିଳୁଛି ।
ତେବେ ଏହି ଭିଡିଓରେ ଅଭିନେତା ଆହୁରି କହିଛନ୍ତି, ଯାହାକୁ ଏହି ସବୁ ଖାଇବା ସାମଗ୍ରୀ ସରକାର, ସେମାନେ ଶୀଘ୍ର ଅର୍ଡର କରିପାରିବେ । କାରଣର ମୋର ଡେଲିଭରି ଦେବାର ସମୟ ସମାପ୍ତ ହୋଇଆସୁଛି । ଅନ୍ୟପଟେ ହୋମ୍ ଡେଲିଭରି ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । ‘ଅଭିନେତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ନିଜର ଏହି ଭିଡିଓ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି , ଯିଏ ୧୦ଟି ଅଣ୍ଡା ଅର୍ଡର ଦେବ ତାଙ୍କ ପାଇଁ ଫ୍ରି ହୋମ୍ ଡେଲିଭରି ଉପଲବ୍ଧ ହେବ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏପରି ଭିଡିଓ ସେୟାର କରିଛନ୍ତି ଅଭିନେତା, ଯେଉଁଥିରେ ସେ କହିଥିଲେ ଖୁବଶୀଘ୍ର ସେ ଲେମ୍ବୁ ପାଣି ଦୋକାନ ଖୋଲିବାକୁ ଯାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sonu-sood_1624530985.jpg)