Advertisment

ଜାମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ!

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। […]

ଅଦ୍ୟତନ ହୋଇଛି
ଜାମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ!

j-and-k

Advertisment

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଜଣେ ଯବାନଙ୍କ ନିଖୋଜ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହି ଯବାନଙ୍କୁ ଆତଙ୍କବାଦୀ ଅପହରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ଯବାନଙ୍କ ଗାଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଛି। ଯାହା ପରେ ପୋଡ଼ିଯାଇଥିବା ଗାଡ଼ିକୁ ପୋଲିସ୍ ଉଦ୍ଧାର କରିଛି। ନିଖୋଜ ଯବାନଙ୍କ ପତ୍ତା ଲଗାଇବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି।

Advertisment

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଫଲମ୍ୟାନ୍ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। ରବିବାର ଘରେ ପହଞ୍ଚିବା ପରେ ତାଙ୍କୁ ତିନିଜଣ ଲୋକ ସ୍ଥାନୀୟ ଅଞ୍ଚଳକୁ ଡକାଇଥିଲେ।

ତେବେ ସେହି ତିନିଜଣ ଯାକ ଆତଙ୍କୀ ଥିଲେ ବୋଲି ପରବର୍ତ୍ତି ସମୟରେ ଜଣାପଡ଼ିଛି। ଅପରହଣ କରିବା ପୂର୍ବରୁ ଆତଙ୍କବାଦୀ କୁଲଗାମର ରାମଭାମା ଅଞ୍ଚଳରେ ଯବାନଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହା ପରଠାରୁ ଯବାନ୍ ଜଣକ ନିଖୋଜ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ