Advertisment

ଅଯୋଧ୍ୟାରେ ପହଞ୍ଚିଲା ଜଳ ଓ ମାଟି

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା। ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗଳି କନ୍ଦି ସବୁଠି ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେଭଳି ଭାବରେ ସହରକୁ ଚିତ୍ରିତ କରାଯାଉଛି। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ଆସି ଅଯୋଧ୍ୟାରେ ପହଞ୍ଚିଛି। ଦିନକ ପରେ ଭୂମି ପୂଜନ ଉତ୍ସବ […]

ଅଯୋଧ୍ୟାରେ ପହଞ୍ଚିଲା ଜଳ ଓ ମାଟି

RAM-MANDIR

Advertisment

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା। ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗଳି କନ୍ଦି ସବୁଠି ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେଭଳି ଭାବରେ ସହରକୁ ଚିତ୍ରିତ କରାଯାଉଛି।

Advertisment

ସେହିପରି ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ଆସି ଅଯୋଧ୍ୟାରେ ପହଞ୍ଚିଛି। ଦିନକ ପରେ ଭୂମି ପୂଜନ ଉତ୍ସବ ଆରମ୍ଭ ହେଉଥିବା ବେଳେ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବରେ ଯୋଗଦେଇ ମନ୍ଦିରର ଶିଳାନ୍ୟାସ କରିବେ।

ତେବେ କାର୍ଯ୍ୟକ୍ରମକୁ ନ ଆସି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଭିଡିଓ କନ୍ଫରେନ୍ସିଂରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ଉତ୍ସବରେ ଯେପରି ଅଧିକ ଲୋକେ ଏକାଠି ନ ହେବେ ସେଥିଲାଗି ଧ୍ୟାନ ଦିଆଯାଉଛି।

Advertisment

ସ୍ଥିତି ଅନୁଧ୍ୟାନ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଗୋଟିଏ ସ୍ଥାନରେ ଯେପରି ୫ରୁ ଅଧିକ ଲୋକେ ଏକାଠି ନ ହେବେ ସେଥିଲାଗି ସଚେତନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ