Advertisment

ଭାରତ ପରେ ସିଙ୍ଗାପୁରରେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ୍, କମ୍ ବୟସ୍କଙ୍କ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ଭାରତ ପରେ ସିଙ୍ଗାପୁରକୁ ଡରାଇଲା କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ, ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ…

ଭାରତ ପରେ ସିଙ୍ଗାପୁରରେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ୍, କମ୍ ବୟସ୍କଙ୍କ ପ୍ରତି ରହିଛି ବିପଦ

Chid corona

Advertisment

ନୂଆଦିଲ୍ଲୀ: ଭାରତ ପରେ ସିଙ୍ଗାପୁରକୁ ଡରାଇଲା କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ, ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ ଷ୍ଟ୍ରେନ୍ । ସିଙ୍ଗାପୁରରେ ପ୍ରାୟ ବର୍ଷେ ପରେ, ଗତ ରବିବାର ୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭିନ୍ନ ଭିନ୍ନ ସ୍ଥାନର ୬ଜଣ B.1.617 ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ଥିବା ସରକାରୀ ସୂତ୍ରରୁ କୁହାଯାଇଛି ।

Advertisment

ସେମାନଙ୍କ ବୟସ ୨୯ରୁ ୫୭ ବର୍ଷ ଭିତରେ ହେବ । ତେଣୁ ଏହି ଷ୍ଟ୍ରେନ୍ କମ୍ ବୟସ୍କଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆଶଙ୍କା କରୁଛି ସିଙ୍ଗାପୁର । ସେଥିପାଇଁ ବୁଧବାରଠାରୁ ଦେଶର ସମସ୍ତ ପ୍ରାଇମେରି ଓ ସେକେଣ୍ଡାରୀ ସ୍କୁଲ ସହିତ ଜୁନିଅର କଲେଜକୁ ବି ବନ୍ଦ ଘୋଷଣା କରାଯାଇଛି । ତେବେ ଭାରତରେ ଏହି ଷ୍ଟ୍ରେନ୍ ପିଲାଙ୍କ କ୍ଷେତ୍ରରେ ସେଭଳି ମାରାତ୍ମକ ହୋଇନି ଏବଂ ଏହା ଉପରେ ଅଧିକ ଗବେଷଣା ଜାରି ରହିଥିବା କହିଛନ୍ତି ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଭି.କେ. ପଲ ।

ତେବେ ଭାରତରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଆଜି ଦେଶରେ ରକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ ପଜିଟିଭିଟି ହାର ୧୬.୯% ରହିଛି । ଭାରତରେ ଏଯାବତ ମାତ୍ର ୧.୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଆମେରିକାରେ ସର୍ବାଧିକ ୧୦.୧% ସଂକ୍ରମିତ, ବ୍ରାଜିଲରେ ୭.୩% ।

Advertisment

ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶରେ ସଂକ୍ରମଣ କମୁଛି । ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୮ଟି ରାଜ୍ୟରେ କମୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସେହିଭଳି ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି । ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି । ଲାକ୍ଷାଦ୍ୱୀପରେ ସର୍ବାଧିକ ୬୪.୭% ପଜିଟିଭିଟି ରହିଛି । ଗୋଆ ୩୭, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ହାର ୩୧% ରହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ