Advertisment

ସ୍ୱାଧୀନତାର ୭୨ ବର୍ଷ ପରେ ସିକିମ୍‌ରେ ଆରମ୍ଭ ହେଲା ବିମାନ ସେବା

ଗ୍ୟାଙ୍ଗଟକ୍: ଶେଷରେ ପୁରଣ ହୋଇଛି ସିକିମ ବାସୀଙ୍କ ସ୍ୱପ୍ନ। ସ୍ୱାଧିନତାର ୭୨ବର୍ଷ ପରେ ସିକିମ୍‌କୁ ବିମାନ ସେବା ଆରମ୍ଭ ହୋଇଛି। ଶିଳାନ୍ୟାସର ଦିର୍ଘ ୯ବର୍ଷ ପରେ ସିକିମର ପାକ୍ୟୋଙ୍ଗରେ ବିମାନବିନ୍ଦର ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭଉଦ୍‌ଘାଟନ କରିଛନ୍ତି। ସିକିମରେ ବିମାନବନ୍ଦର ହେବା ପରେ ରାଜ୍ୟକୁ ଗମାନଗମନର ସୁବିଧା ପର୍ଯ୍ୟାପ୍ତ ହେବା ସହ ପର୍ଯ୍ୟଟନ ସ୍ଥଳି ଗୁଡ଼କର ମଧ୍ୟ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି। ଏହାସହ ବର୍ତ୍ତମାନ ଦେଶର […]

ସ୍ୱାଧୀନତାର ୭୨ ବର୍ଷ ପରେ ସିକିମ୍‌ରେ ଆରମ୍ଭ ହେଲା ବିମାନ ସେବା

df

Advertisment

ଗ୍ୟାଙ୍ଗଟକ୍: ଶେଷରେ ପୁରଣ ହୋଇଛି ସିକିମ ବାସୀଙ୍କ ସ୍ୱପ୍ନ। ସ୍ୱାଧିନତାର ୭୨ବର୍ଷ ପରେ ସିକିମ୍‌କୁ ବିମାନ ସେବା ଆରମ୍ଭ ହୋଇଛି। ଶିଳାନ୍ୟାସର ଦିର୍ଘ ୯ବର୍ଷ ପରେ ସିକିମର ପାକ୍ୟୋଙ୍ଗରେ ବିମାନବିନ୍ଦର ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭଉଦ୍‌ଘାଟନ କରିଛନ୍ତି।

Advertisment

ସିକିମରେ ବିମାନବନ୍ଦର ହେବା ପରେ ରାଜ୍ୟକୁ ଗମାନଗମନର ସୁବିଧା ପର୍ଯ୍ୟାପ୍ତ ହେବା ସହ ପର୍ଯ୍ୟଟନ ସ୍ଥଳି ଗୁଡ଼କର ମଧ୍ୟ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି। ଏହାସହ ବର୍ତ୍ତମାନ ଦେଶର ବିମାନବନ୍ଦର ସଂଖ୍ୟା ୧୦୦ରେ ପହଞ୍ଚିଥିବା ମୋଦି କହିଛନ୍ତି।

ଏହାସହ ନିଜ ଅଭିଭାଷଣରେ ମୋଦି ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି, ଗତ ୬୭ବର୍ଷ ମଧ୍ୟରେ ଦେଶରେ ୬୫ଟି ବିମାନ ବନ୍ଦର ନିର୍ମାଣ ହୋଇଥିଲା। ତେବେ ବିଜିପି ସରକାରରେ ମାତ୍ର ୪ବର୍ଷରେ ୩୫ଟି ବିମାନବନ୍ଦର ନିର୍ମାଣ କରାଯାଇଛି ବୋଲି ମୋଦି କହିଛନ୍ତି।

Advertisment

ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାରମ୍ଭରେ ବିମାନ ଭଡା କମ୍ ରଖାଯିବ।  ଏକ ଘଣ୍ଟାର ଯାତ୍ରା ପାଇଁ ଟିକଟର ମୂଲ୍ୟ ୨୫୦୦ଟଙ୍କା ଭିତରେ ସିମିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି। ଆସନ୍ତା ଅକ୍ଟୋବର୍‌ ୪ରୁ ଏଠାରୁ ପ୍ରଥମ ବ୍ୟବାସାୟୀକ ବିମାନ ଉଡ଼ାଣ ଆରମ୍ଭ ହେବ।

ଗ୍ୟାଙ୍ଗଟକଠାରୁ ପ୍ରାୟ ୩୩ କିଲୋମିଟର୍‌ ଦୂର ପାକୟୋଙ୍ଗ୍ ଗାଁର ଏକ ପାହାଡ଼ ଉପରେ ୨୦୧ ଏକର ଜମିରେ ଏହି ବିମାନ ବନ୍ଦର ନିର୍ମାଣ କରାଯାଇଛି। ସମୁଦ୍ରସ୍ଥଳଠାରୁ ପ୍ରାୟ ୪୫୦୦ଫୁଟ୍ ଉଚ୍ଚରେ ଏହା ଅବସ୍ଥାପିତ।  ଏହାର ନିର୍ମାଣ ପାଇଁ ପ୍ରାୟ ୬୦୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭାରତ-ଚୀନ୍ ସୀମାଠାରୁ ଏହି ବିମାନବନ୍ଦର ପ୍ରାୟ ୬୦ କିଲୋମିଟର୍‌ ଦୂରରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ