Advertisment

ବରଫ ଅତଡା ଖସି ୪ ଯବାନ ଶହୀଦ

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ […]

ବରଫ ଅତଡା ଖସି ୪ ଯବାନ ଶହୀଦ

jawan

Advertisment

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Advertisment

ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଏବେ ମୋଟ ୭ ଜଣ ଉଭୟ ଯବାନ ଏବଂ ସାଧାରଣ ନାଗିରକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମାସରେ ୩୫ ଫୁଟର ବରଫ ଅତଡ଼ା ତଳେ ୧୦ ଜଣ ଆର୍ମି ଯବାନ ଫସି ଯାଇଥିଲେ। ଫଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ