susantaaa
ନୂଆଦଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପ୍ରତ୍ୟେକ ଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି। କ୍ରମାଗତ ଭାବରେ ସୁଶାନ୍ତଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ବାପା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଛନ୍ତି। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି । ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ପୁଣି ଥରେ ସୁଶାନ୍ତଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଶ୍ୱେତା ତାଙ୍କ ପୋଷ୍ଟ ମାଧ୍ୟମରେ ତାଙ୍କ ଭାଇଙ୍କୁ ସର୍ବଦା ମନେ ପକାଉଛନ୍ତି। ଏଥର ଶ୍ୱେତା ସୁଶାନ୍ତଙ୍କର ଶ୍ରଦ୍ଧାଞ୍ଜଳି ବେଳର ଏକ ଫଟୋକୁ ଶେୟାର କରିଛନ୍ତି। ତା’ସହିତ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।
View this post on InstagramIf truth doesn’t matter, nothing ever will! #justiceforsushantsinghrajput
ଶ୍ୱେତା ସିଂ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୁଶାନ୍ତ ସିଂଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, "ଯଦି ସତ୍ୟର କିଛି ମହତ୍ତ୍ୱ ନାହିଁ ତେବେ କିଛି ବି ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ।" ତାଙ୍କର ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହି ପୋଷ୍ଟରେ ନିଜର ମତାମତ ଦେଉଛନ୍ତି।
ସୂଚନାଥାଉକି, ସୁଶାନ୍ତଙ୍କ ପିତା କେକେ ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ସେ ଅଭିଯୋଗରେ ଦର୍ଶାଇଛନ୍ତି, ସୁଶାନ୍ତ ଫିଲ୍ମ ଦୁନିଆ ଛାଡି କେରଳ ଯିବାକୁ ଚାହୁଁଥିଲେ। ସେଠାରେ ସେ ଅର୍ଗାନିକ ଚାଷ କରିବାକୁ ଚାହୁଁଥିଲେ। ହେଲେ ରିଆ ତାଙ୍କୁ ବାରମ୍ବାର ବିରୋଧ କରିବା ସହ ଅଟକାଇଥିଲେ। ସେ ସୁଶାନ୍ତଙ୍କୁ କହିଥିଲେ କି ସେ କେରଳ ସିଫ୍ଟ ହୋଇ ପାରିବେ ନାହିଁ। ଏହା ପରେ ସେ ସୁଶାନ୍ତଙ୍କର ସବୁ ଜୁଏଲରୀ, ଟଙ୍କା, କ୍ରେଡିଟ୍ କାର୍ଡ, ଜରୁରୀ କାଗଜପତ୍ର, ଲାପଟପ୍, ମେଡିକାଲ ରିପୋର୍ଟସ୍ ନେଇ ନିଜ ଘରକୁ ପଳାଇଥିଲା। ଏପରିକି ସୁଶାନ୍ତଙ୍କ ନମ୍ବର ମଧ୍ୟ ବ୍ଲକ କରି ଦେଇଥିଲା।
ଏହା ପରେ ସେ ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ କରି ଧମକ ମଧ୍ୟ ଦେଇଥିଲେ। କହିଥିଲେ, ସେ ସୁଶାନ୍ତଙ୍କର ସମସ୍ତ ଡକ୍ୟୁମେଣ୍ଟ ନେଇ ଆସିଛନ୍ତି। ସେ ଏହାକୁ ମିଡିଆ ସାମ୍ନାରେ ରଖିବେ ଏବଂ ସମସ୍ତଙ୍କୁ କହିଦେବେ ଯେ ସୁଶାନ୍ତ ପାଗଳ। ଏହାପରେ କୌଣସି ଫିଲ୍ମରେ ତାଙ୍କୁ କାମ କରିବାର ସୁଯୋଗ ମିଳିବନି।
୨୦୧୯ରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା କଢାଯାଇଛି। ଏହି ଟଙ୍କା ଯେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେ ଆକାଉଣ୍ଟ ସହ କୌଣସି ସମ୍ପର୍କ ନାହିଁ। ତେଣୁ ରିୟା ଏବଂ ତାଙ୍କର ପିରବାର ଲୋକଙ୍କ ଖାତାକୁ କେତେ ଟଙ୍କା ଆସିଛି ଏବଂ କେଉଁଠୁ ଆସିଛି ତାହାର ଯାଞ୍ଚ କରାଯିବା ଉଚିତ୍ ବୋଲି ସୁଶାନ୍ତଙ୍କ ବାପା ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susantaaa_1625501612.jpg)