Advertisment

କୋର୍ଟରେ ହାଜର ହେଲେ ସୌଭିକ୍ ଓ ସାମୁଏଲ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି। ତାଙ୍କ ନାଁରେ ଥିବା ଡ୍ରଗ୍ସ କିଣିବା ଏବଂ ଏହାର ବ୍ୟବହାର ନେଇ ଏନସିବି ହାତରେ ପ୍ରମାଣ ଲାଗିଛି। ଯାହାକୁ କୋର୍ଟରେ ଉପସ୍ଥାପନ କରି ୭ ଦିନିଆ ରିମାଣ୍ଡ ମାଗିଲା ନାର୍କୋଟେକ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB)। ଏଥିସହ ଗତକାଲି ଗିରଫ ହୋଇଥିବା ଆଉ […]

ଅଦ୍ୟତନ ହୋଇଛି
କୋର୍ଟରେ ହାଜର ହେଲେ ସୌଭିକ୍ ଓ ସାମୁଏଲ୍

showik

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି। ତାଙ୍କ ନାଁରେ ଥିବା ଡ୍ରଗ୍ସ କିଣିବା ଏବଂ ଏହାର ବ୍ୟବହାର ନେଇ ଏନସିବି ହାତରେ ପ୍ରମାଣ ଲାଗିଛି। ଯାହାକୁ କୋର୍ଟରେ ଉପସ୍ଥାପନ କରି ୭ ଦିନିଆ ରିମାଣ୍ଡ ମାଗିଲା ନାର୍କୋଟେକ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB)।

Advertisment

ଏଥିସହ ଗତକାଲି ଗିରଫ ହୋଇଥିବା ଆଉ ଜଣେ ଡ୍ରଗ୍ସ ପେଡଲର୍ କାଏଜାନ୍ ଇବ୍ରାହିମ୍ ଓ ଜୈଦଙ୍କୁ ବି ଆଜି କୋର୍ଟରେ ହାଜର କରାଯାଇଛି। ଏବେ ଯାଏ ଏନସିବି ଗିରଫ କରିଥିବା ସୌଭିକ ଚକ୍ରବର୍ତ୍ତି, ସାମୁଏଲ ମିରାଣ୍ଡା, ଡ୍ରଗ୍ସ ପେଡଲର୍ ଜୈଦ୍, ବସିତ୍, କାଏଜାନଙ୍କୁ ଏକାସଙ୍ଗେ ବସାଇ ଜେରା କରାଯାଇପାରେ।

ଏହାସହ ଆସନ୍ତା ଦିନେ କିମ୍ବା ଦୁଇ ଦିନରେ ରିୟାଙ୍କୁ ସମନ୍ କରିପାରେ କେନ୍ଦ୍ରୀୟ ସଂସ୍ଥା। ତାଙ୍କ ବିରୋଧରେ କିଛି ପ୍ରମାଣ ଏନସିବିକୁ ଲାଗିଥିବା ଜଣାପଡ଼ିଛି। ସେପଟେ ଆଜି ପୁଣିଥରେ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟକୁ ଯାଇ ତଦନ୍ତ କରିଛି ସିବିଆଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ