Advertisment

ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା : ହୋଟେଲ ଗ୍ରାଣ୍ଡ ହୟାତରେ ତିନି ଦଳର ବିଧାୟକଙ୍କ ମେଳି

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍‌ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର […]

ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା : ହୋଟେଲ ଗ୍ରାଣ୍ଡ ହୟାତରେ ତିନି ଦଳର ବିଧାୟକଙ୍କ ମେଳି

mlas

Advertisment

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍‌ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି।

Advertisment

ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର ମାଧ୍ୟମରେ ଦାବି କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ।

Advertisment

ଏପରକି ଆମେ ୧୬୨ ବିଧାୟକ ଏକାଠି ଅଛୁ ଏବଂ ରାଜ୍ୟପାଳ ନିଜେ ଆସି ଦେଖିଯିବାକୁ ଟ୍ୱିଟ୍ ଯୋଗେ ଆହ୍ୱାନ ଜଣାଇଛନ୍ତି ସଞ୍ଜୟ।  ସମସ୍ତ ବିଧାୟକଙ୍କୁ ହୋଟେଲ ଭିତରେ ପରେଡ୍ କରାଯିବ ବୋଲି ଟ୍ୱିଟରେ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ଆଜି ସକାଳୁ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ