Advertisment

ବିଜେପିରେ ମିଶିଲେ ତିନି ତଲାକ ବିରୋଧରେ ଲଢ଼ିଥିବା ଶାୟରା ବାନୋ

ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ିଥିବା ମୁସଲମାନ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗତଙ୍କ ଉପସ୍ଥିତିରେ ଶାୟରା ଆଜି ଦେହରାଡୁନ ଠାରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଶାୟରାଙ୍କ ସାମିଲ୍‌ ନେଇ ଉତ୍ତରାଖଣ୍ଡ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍‌ରେ ଲେଖିଛି “ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାହସୀ ମହିଳା […]

ବିଜେପିରେ ମିଶିଲେ ତିନି ତଲାକ ବିରୋଧରେ ଲଢ଼ିଥିବା ଶାୟରା ବାନୋ

shayara-bano

Advertisment

ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ିଥିବା ମୁସଲମାନ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗତଙ୍କ ଉପସ୍ଥିତିରେ ଶାୟରା ଆଜି ଦେହରାଡୁନ ଠାରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଶାୟରାଙ୍କ ସାମିଲ୍‌ ନେଇ ଉତ୍ତରାଖଣ୍ଡ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି।

Advertisment

ଦଳ ଟ୍ୱିଟ୍‌ରେ ଲେଖିଛି “ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାହସୀ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି ଏବଂ ଆଜି ଦେହରାଡୁନରେ ଦଳର ରାଜ୍ୟ ମୁଖ୍ୟାଳୟରେ ଏହାର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ”

୨୦୧୬ରେ ଶାୟରା ବାନୋ ଟ୍ରିପଲ ତଲାକ ପ୍ରଥା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ମହିଳାଙ୍କ ପାଇଁ ଏକ ଅନ୍ୟାୟ ବୋଲି କୋର୍ଟରେ ଗୁହାରି କରିଥିଲେ ଶାୟରା। ଭାରତରୁ ଏହି ପ୍ରଥାର ଉଚ୍ଛେଦ ପାଇଁ ସେ ଦାବି କରିଥିଲେ। ଟ୍ରିପଲ ତଲାକ ବିରୋଧରେ ମାମଲାରେ ଶାୟରା ବାନୋ ମୂଳ ଆବେଦନକାରୀ ଥିଲେ।

Advertisment

ଏହି ତିନି ତଲାକ ପ୍ରଥା ପାଇଁ ତାଙ୍କ ଘର ନିମିଶକେ ଉଜୁଡ଼ି ଯାଇଥିଲା। ରୋଗରେ ପୀଡ଼ିତ ହୋଇ ଶାୟରା ତାଙ୍କ ବାପାଙ୍କ ଘରେ ଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କ ପାଖକୁ ତଲାକ ପତ୍ର ପଠାଇଥିଲେ। ୧୫ ବର୍ଷରେ ତାଙ୍କର ଦାମ୍ପତ୍ୟ ଜୀବନ କେଇ ମିନିଟ୍‌ରେ ଭାଙ୍ଗିଯାଇଥିଲା। ଏହି ଅନ୍ୟାୟକୁ ସହି ନପାରି ତିନି ତଲାକ ଭଳି ପ୍ରଥାକୁ ସମୂଳେ ବିନାଶ କରିବା ସେ ଆଇନର ସାହାରା ନେଇଥିଲେ।

ଦୀର୍ଘଦିନର ଆଇନଗତ ଲଢ଼େଇ ଲଢ଼ୁଥିବା ଶାୟରାଙ୍କର ଶେଷରେ ଜିତ୍ ହୋଇଥିଲା। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା। ଏହି ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ନା ଟ୍ରିପଲ୍ ତଲାକ ଦେଇପାରିବେ ନା ଏହା ସମାଜରେ ଗ୍ରହଣୀୟ ହେବ। ଏହି ଐତିହାସିକ ବିଲ୍ ଆଇନରେ ପରିଣତ ହେବା ପରେ ଶହ ଶହ ବର୍ଷ ଧରି ଚାଲିଥିବା ନିୟମରେ ସୁଧାର ଆସିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ