Advertisment

କରୋନା ଟିକା ପାଇଁ ସେରମ ସିଇଓ ଅଦାର ପୁନୱାଲାଙ୍କୁ ଧମକ ଦେଉଛି କିଏ ?

ନୂଆଦିଲ୍ଲୀ: ସାରା ଦେଶରୁ କୋଭିସିଲ୍ଡ ଯୋଗାଣ ପାଇଁ ସେରମ ଉପରେ ଚାପ ପକାଯାଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସେରମ ସିଇଓ ଅଦାର ପୁନାୱାଲା । ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ପୁନାଓ୍ବାଲା କହିଛନ୍ତି, ତାଙ୍କୁ ଦେଶର…

ଅଦ୍ୟତନ ହୋଇଛି
କରୋନା ଟିକା ପାଇଁ ସେରମ ସିଇଓ ଅଦାର ପୁନୱାଲାଙ୍କୁ ଧମକ ଦେଉଛି କିଏ ?

Adar Poonawalla

Advertisment

ନୂଆଦିଲ୍ଲୀ: ସାରା ଦେଶରୁ କୋଭିସିଲ୍ଡ ଯୋଗାଣ ପାଇଁ ସେରମ ଉପରେ ଚାପ ପକାଯାଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସେରମ ସିଇଓ ଅଦାର ପୁନାୱାଲା । ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ପୁନାଓ୍ବାଲା କହିଛନ୍ତି, ତାଙ୍କୁ ଦେଶର କିଛି ମୁଖ୍ୟମନ୍ତ୍ରୀ, ବଡ଼ ବ୍ୟବସାୟୀ ଏବଂ ବିତ୍ତଶାଳୀ ବ୍ୟକ୍ତିଙ୍କ ଫୋନ୍ କଲ୍ ଆସୁଛି। ଯଦି, ଟିକା ନମିଳେ ତେବେ ଏହା ଭଲ ହେବନି ବୋଲି ଫୋନ୍ କଲରେ ତାଙ୍କୁ ଧମକପୂର୍ଣ୍ଣ ଭାବେ କୁହାଯାଉଛି। ଯାହା ପରେ ଏବେ ସେ ଅତ୍ୟଧିକ ଚାପରେ ରହିଛନ୍ତି।

Advertisment

ସବୁ କିଛି ତାଙ୍କ କାନ୍ଧରେ ରହିଛି, କିନ୍ତୁ ସେ ସବୁକୁ ସେ ଏକୁଠିଆ କରିପାରିବେନି। ଖାଲି ଏତିକି ନୁହେଁ ମହାମାରୀର ଡର ମଧ୍ୟରେ ସମସ୍ତଙ୍କୁ ଭ୍ୟାକସିନ୍ ଆବଶ୍ୟକ ପଡ଼ୁଛି। ସମସ୍ତେ ଟିକା ନେବାକୁ ଚାହୁଁଥିବା ବେଳେ ଏହା କିପରି ମିଳିବ ସେଥିପ୍ରତି କାହାରି ବି ଧ୍ୟାନ ନାହିଁ ବୋଲି କହିଛନ୍ତି ପୁନାଓ୍ବାଲା। ଅନୁମାନ କରାଯାଉଛି, ଏହି ସବୁ ଫୋନ୍ କଲ୍ ପରେ ସେ ଭାରତ ଛାଡ଼ି ୟୁକେ ଯାଉଛନ୍ତି।

ଏହାସହ କୋଭିସିଲ୍ଡର ଉତ୍ପାଦନ କେବଳ ଭାରତରେ ନକରି ଅନ୍ୟ ଦେଶରେ ବି କରାଯିବାକୁ ସେରମ୍ ଯୋଜନା ପ୍ରସ୍ତୁତ କରୁଛି। କିଛି ଦିନ ପୂର୍ବରୁ ହିଁ ପୁନାଓ୍ବାଲାଙ୍କୁ Y କାଟାଗୋରୀ ସୁରକ୍ଷା ମିଳିଛିା କରୋନା ମହାମାରୀରେ ବିଶ୍ୱର ସବୁଠୁ ଅଧିକ ଭ୍ୟାକସିନ୍ ଉତ୍ପାଦନ କରୁଛି ସେରମ୍। ଭାରତରେ ରାଜ୍ୟ ସରକାର ଓ ଘରୋଇ ସଂସ୍ଥା ସିଧାସଳଖ କମ୍ପାନିରୁ ଟିକା କିଣିବାକୁ ଅନୁମତି ମିଳିଛି।

Advertisment

ସେପଟେ ମହାରାଷ୍ଟ୍ରରେ ଥିବା ସେରମ ଇନଷ୍ଟିଚ୍ୟୁଟ୍ ଆଗରେ ଶିବସେନା କର୍ମୀ ଘେରାଉ କରିଥିଲେ । ସେଠାରେ ଧମକ ଦେବା ସହ ଖରାପ ଗାଳିଗୁଲଜ କରିଥିଲେ । ପ୍ରଥମେ ଆମକୁ ଟିକା ଦେବା ପାଇଁ ସେମାନେ ଦାବି କରୁଥିବା ଭିଡିଓ ସାମନାକୁ ଆସିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ