Advertisment

ଏହି ରାଜ୍ୟରେ ଲାଗୁ ହେଲା ୧୪୪ ଧାରା

ମୁମ୍ୱାଇ: କରୋନା ଭାଇରସକୁ ରୋକିବା ପାଇଁ ମୁମ୍ୱାଇ ପୋଲିସ ଆଜି ସିଆର୍‌ପିସି(CRPC)ର ୧୪୪ ଧାରା ଜାରି କରିଛି। ଏହାଦ୍ୱାରା ସର୍ବସାଧାରଣ ସ୍ଥାନରେ ଆନ୍ଦୋଳନ ଓ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅନାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କ ଗତିବିଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବାରଣ କରାଯିବ। ଅଧିକାରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଜଣକରୁ ଅଧିକ ବ୍ୟକ୍ତି ଯଦି ଗହଳି […]

ଏହି ରାଜ୍ୟରେ ଲାଗୁ ହେଲା ୧୪୪ ଧାରା

mumbai

Advertisment

ମୁମ୍ୱାଇ: କରୋନା ଭାଇରସକୁ ରୋକିବା ପାଇଁ ମୁମ୍ୱାଇ ପୋଲିସ ଆଜି ସିଆର୍‌ପିସି(CRPC)ର ୧୪୪ ଧାରା ଜାରି କରିଛି। ଏହାଦ୍ୱାରା ସର୍ବସାଧାରଣ ସ୍ଥାନରେ ଆନ୍ଦୋଳନ ଓ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅନାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କ ଗତିବିଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବାରଣ କରାଯିବ।

Advertisment

ଅଧିକାରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଜଣକରୁ ଅଧିକ ବ୍ୟକ୍ତି ଯଦି ଗହଳି କରିବେ ତେବେ ଏହି ଧାରା ଜାରି କରାଯିବ। ମହାରାଷ୍ଟ୍ରରେ କରୋନା ଭାଇରସ ଦିନିକୁ ଦିନ ଦ୍ରୁତ ଗତରେ ବଢ଼ିବାରେ ଲାଗିଛି। ଗତ ମଙ୍ଗଳବାର ଦିନ ରାଜ୍ୟରେ ୪୮୭୮ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକିଛି ଦିନ ହେବ ମୁମ୍ୱାଇରେ ହାରାହାରି ସଂକ୍ରମଣ ହାର ୧୦୦୦ ପାଖାପାଖି ରହୁଛି। କିନ୍ତୁ ମୁମ୍ୱାଇର ପାଖାପାଖି ଥାନେ, ମୀରା ଭାୟାଣ୍ଡର୍‌, କଲ୍ୟାଣ- ଡୋମ୍ବିଭାଲି ଓ ନାଭି ଅଞ୍ଚଳରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

କେବଳ ଥାନେ ମହାନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଥିବାବେଳେ ମେରା ଭାୟାଣ୍ଡରରେ ୩ହଜାର ଅତିକ୍ରମ କରିଛି। ସେହଭଳି କଲ୍ୟାଣ- ଡୋମ୍ବିଭାଲି ମ୍ୟୁନିସିପାଲିଟି ଅଞ୍ଚଳରେ ୭ହଜାର ଅତିକ୍ରମ କରିଛି। ଏହିସବୁ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ହେତୁ ୧୦ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ କାମ ଓ ଚିକିତ୍ସା ସେବାକୁ ଅନୁମତି ଦିଆଯିବ।

Advertisment

ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍‌ କମିଶନର କହିଛନ୍ତି ଯେ ରାଜ୍ୟରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏନେଇ ୧୦ଦିନ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତ ନିୟମକୁ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ଅପିଲ୍‌ କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ