Advertisment

'କରୋନା ସତ୍ତ୍ୱେ ସ୍ଥଗିତ ହେବନି ନିର୍ବାଚନ'

ନୂଆଦିଲ୍ଲୀ: କରୋନା ପାଇଁ ରୋକାଯାଇ ପାରିବନି ବିହାର ବିଧାନସଭା ନିର୍ବାଚନ। ବିହାର ବିଧାନସଭା ନିର୍ବାଚନ ରୋକିବା ପାଇଁ ଏକ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ପାଇଁ ବିହାର ବିଧାନସଭା ନିର୍ବାଚନ ମଧ୍ୟ ଘୁଞ୍ଚାଇବାକୁ ଚାହୁଁଥିଲେ ବିପକ୍ଷ ଦଳ। ତେବେ ନିର୍ବାଚନ ଘୁଞ୍ଚାଇବା ଆବେଦନକୁ […]

'କରୋନା ସତ୍ତ୍ୱେ ସ୍ଥଗିତ ହେବନି ନିର୍ବାଚନ'

bihar

Advertisment

ନୂଆଦିଲ୍ଲୀ: କରୋନା ପାଇଁ ରୋକାଯାଇ ପାରିବନି ବିହାର ବିଧାନସଭା ନିର୍ବାଚନ। ବିହାର ବିଧାନସଭା ନିର୍ବାଚନ ରୋକିବା ପାଇଁ ଏକ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

Advertisment

କରୋନା ପାଇଁ ବିହାର ବିଧାନସଭା ନିର୍ବାଚନ ମଧ୍ୟ ଘୁଞ୍ଚାଇବାକୁ ଚାହୁଁଥିଲେ ବିପକ୍ଷ ଦଳ। ତେବେ ନିର୍ବାଚନ ଘୁଞ୍ଚାଇବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏଥି ସହ କୋର୍ଟ କହିଛନ୍ତି ଯେ କେବଳ କରୋନା ପାଇଁ ନିର୍ବାଚନ ଘୁଞ୍ଚା ଯାଇ ପାରିବ ନାହିଁ କି ନିର୍ବାଚନ ଆୟୋଗଙ୍କ କ୍ଷମତା ଉପରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ଅଦାଲତ ନିର୍ବାଚନ ଆୟୋଗଙ୍କୁ ଏହା କହିପାରିବ ନାହିଁ ଯେ ଏଭଳି ମାମଲାରେ ସେ କଣ କରିବେ। ନିର୍ବାଚନ ଆୟୋଗ ନିଜେ ବିଚାର କରନ୍ତୁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସୂଚନାଯୋଗ୍ୟ, ବିହାରର ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୯ ତାରିଖରେ ଶେଷ ହେବାକୁ ଯାଉଛି। ତେଣୁ ଏହା ପୂର୍ବରୁ ଅର୍ଥାତ୍ ଅକ୍ଟୋବର-ନଭେମ୍ବର ମଧ୍ୟରେ କୌଣସି ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। ନିର୍ବାଚନ ଆୟୋଗ କରୋନା ମହାମାରୀ ମଧ୍ୟରେ ନିର୍ବାଚନ ପାଇଁ ଗାଇଡ୍ ଲାଇନ୍ ମଧ୍ୟ ଜାରି କରିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ