Advertisment

ଜାମିଆ ହିଂସା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁସାର ମେହେଟ୍ଟା ଜାମିଆ ହିଂସା ପାଇଁ ଜଣେ ହେଲେ ବି ଛାତ୍ରଙ୍କୁ ଗିରଫ କରାଯାଇ ନଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ନାଗରିକତା ସଂଶୋଧନ ଆଇନ୍ , […]

ଜାମିଆ ହିଂସା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

jamia-1

Advertisment

ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁସାର ମେହେଟ୍ଟା ଜାମିଆ ହିଂସା ପାଇଁ ଜଣେ ହେଲେ ବି ଛାତ୍ରଙ୍କୁ ଗିରଫ କରାଯାଇ ନଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ।

Advertisment

ନାଗରିକତା ସଂଶୋଧନ ଆଇନ୍ , ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସାକାଣ୍ଡ, ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିରେ ପୁଲିସ-ଛାତ୍ର ସଂଘର୍ଷ ଘଟଣାକୁ ନେଇ ଦେଶ ବ୍ୟାପି ବଢୁଛି ପ୍ରତିବାଦର ସ୍ୱର। ଚେନ୍ନାଇରେ ଆଜି ଡିଏମକେ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶହ ଶହ ଡିଏମକେ ସମର୍ଥକ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରୁଛନ୍ତି । ପଶ୍ଚିମବଂଗର ହାଓଡାରେ ଇଣ୍ଟରନେଟ ସେବାକୁ ବନ୍ଦ କରରାଯାଇଛି।  ଅନ୍ୟପଟେ ଦିଲ୍ଲୀ ପୁଲିସ କହିଛି ଜାମିଆ ଘଟଣାରେ ଅପରାଧିକ ରେକର୍ଡ ଥିବା ୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଜଣେ ବି ଛାତ୍ରଙ୍କୁ ଗିରଫ କରାଯାଇନଥିବା ପୁଲିସ ସ୍ପଷ୍ଟ କରିଛି ।

ସେପେଟ ସିଏଏକୁ ନେଇ ଆଜି ବିରୋଧୀ ଦଳ ମାନେ ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ