satrughna
ନୂଆଦିଲ୍ଲୀ: ବିଜେପି ବିରୋଧରେ ପୁଣି ବିଷ ଓଗାଳିଛନ୍ତି ଦଳର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା। ବର୍ଷିୟାନ ନେତା ଲାଲକୃଷ୍ଣ ଆଡ୍ଭାନିଙ୍କୁ ପ୍ରାର୍ଥୀ ନ କରିବାକୁ ନେଇ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସେ ଭର୍ତ୍ସନା କରିଛନ୍ତି।
ଶତ୍ରୁଘ୍ନ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ତ୍ତମାନର ରାଜନୈତିକ ସ୍ଥିତି ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। କେବଳ ଆଡ୍ଭାନି ନୁହଁ, ଅରୁଣ ସୌରୀ, ଯଶୋବନ୍ତ ସିଂହ, ଯଶୋବନ୍ତ ସିହ୍ନାଙ୍କ ଭଳି ବରିଷ୍ଠ ନେତାଙ୍କୁ ହଟାଇ ଦୁଇ ତିନି ଜଣ ଦଳକୁ ନିଜ କବଜାରେ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶତ୍ରୁଘ୍ନ କହିଛନ୍ତି।
ତେବେ ଦଳ ତାଙ୍କୁ ପ୍ରାର୍ଥୀ କରି ନ ଥିବା ଉପରେ ଶତ୍ରୁଘ୍ନ କହିଛନ୍ତି ଯେ, ନିଉଟନଙ୍କ ନିୟମ ଭଳି ସେ ଠିକ୍ ଜବାବ ଦେବେ। ଆଉ ଜବାବ ଦେବାକୁ ସେ ସଂପୂର୍ଣ୍ଣ ସକ୍ଷମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/satrughna_1626339416.jpg)