Advertisment

ସିନ୍ଧିଆଙ୍କ ବାଟରେ ପାଇଲଟ୍!

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ହାଇ ପଲିଟିକାଲ ଡ୍ରାମା। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି। କୁହାଯାଉଛି ଯେ କ’ଣ ସଚିନ୍ ପାଇଲଟ୍ ସିନ୍ଧିଆଙ୍କ ବାଟରେ ଚାଲିବେ କି ଏବଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହେବେ କି? ତେବେ ଏହା ତ କେବଳ ଚର୍ଚ୍ଚାର […]

ସିନ୍ଧିଆଙ୍କ ବାଟରେ ପାଇଲଟ୍!

sachin

Advertisment

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ହାଇ ପଲିଟିକାଲ ଡ୍ରାମା। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି। କୁହାଯାଉଛି ଯେ କ'ଣ ସଚିନ୍ ପାଇଲଟ୍ ସିନ୍ଧିଆଙ୍କ ବାଟରେ ଚାଲିବେ କି ଏବଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହେବେ କି? ତେବେ ଏହା ତ କେବଳ ଚର୍ଚ୍ଚାର ବିଷୟ, କାରଣ ଶେଷ ନିଷ୍ପତ୍ତି ସଚିନ୍ ପାଇଲଟ୍ ହିଁ ନେବେ।

Advertisment

ପୂର୍ବରୁ ସଚିନ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସରେ କୋଣଠେସା କରାଯାଇଥିବା ନେଇ ଟ୍ୱିଟ୍ କରିଥିଲେ ଜ୍ୟୋତିରାଦିତ୍ୟ। ଅନ୍ୟପଟେ ସଚିନଙ୍କୁ ୩୦ କଂଗ୍ରେସ ବିଧାୟକ ଓ କିଛି ସ୍ୱାଧିନ ବିଧାୟକ ସମର୍ଥନ କରୁଥିବା ଜଣାପଡ଼ିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଦଳୀୟ ବିଧାୟକଙ୍କ ବୈଠକ ଡାକିଛନ୍ତି।

ସଚିନ ପାଇଲଟଙ୍କ ସହ ଦିଲ୍ଲୀ ଯାଇଥିବା କଂଗ୍ରେସ ବିଧାୟକ ରୋହିତ ଭୋରା କହିଛନ୍ତି, ଆମେ ବ୍ୟକ୍ତିଗତ କାର୍ଯ୍ୟରେ ଆସିଛୁ। ତେବେ ଦଳ ସହିତ ଆମେ ସବୁ ବେଳେ ଅଛୁ ବୋଲି ସେ କହିଛନ୍ତି। ଅନ୍ୟପଟେ ସଚିନ ପାଇଲଟ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଡାକିଥିବା ବିଧାୟକ ଦଳ ବୈଠକରେ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ