Advertisment

ବନ୍ଦ ହୋଇଯିବ କି ୨୦୦୦ ଟଙ୍କିଆ ନୋଟ୍?

ମୁମ୍ୱାଇ: ମାର୍କେଟରେ କମୁଛି ୨୦୦୦ ଟଙ୍କିଆ ନୋଟ୍। ଆଗାମୀ ଦିନରେ ବନ୍ଦ ହୋଇଯିବ କି ୨୦୦୦ ହଜାର ଟଙ୍କିଆ ନୋଟ୍? ବିମୁଦ୍ରାକରଣ ପରେ ହଜାରେ ଟଙ୍କିଆ ନୋଟ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲା। କିନ୍ତୁ ୨୦୧୯-୨୦ରେ ଆରବିଆଇ ଗୋଟିଏ ହେଲେ ବି ନୂଆ ୨ ହଜାର ଟଙ୍କିଆ ନୋଟ ଛାପି ନାହିଁ। ତେବେ ଆରବିଆଇ ଏହା ପଛର କାରଣ ସ୍ପଷ୍ଟ କରିନଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରକାରର […]

ବନ୍ଦ ହୋଇଯିବ କି ୨୦୦୦ ଟଙ୍କିଆ ନୋଟ୍?

2000-rupess

Advertisment

ମୁମ୍ୱାଇ: ମାର୍କେଟରେ କମୁଛି ୨୦୦୦ ଟଙ୍କିଆ ନୋଟ୍। ଆଗାମୀ ଦିନରେ ବନ୍ଦ ହୋଇଯିବ କି ୨୦୦୦ ହଜାର ଟଙ୍କିଆ ନୋଟ୍? ବିମୁଦ୍ରାକରଣ ପରେ ହଜାରେ ଟଙ୍କିଆ ନୋଟ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲା। କିନ୍ତୁ ୨୦୧୯-୨୦ରେ ଆରବିଆଇ ଗୋଟିଏ ହେଲେ ବି ନୂଆ ୨ ହଜାର ଟଙ୍କିଆ ନୋଟ ଛାପି ନାହିଁ।

Advertisment

ତେବେ ଆରବିଆଇ ଏହା ପଛର କାରଣ ସ୍ପଷ୍ଟ କରିନଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରକାଶ ପାଇବାରେ ଲାଗିଛି। ସରକାର ଆଗକୁ ୨ ହଜାର ଟଙ୍କିଆ ନୋଟ ବନ୍ଦ କରିବାକୁ ଯାଉଥିବାରୁ ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି କିଛି ଲୋକ କହିବା ଆରମ୍ଭ କରିଛନ୍ତି। କିନ୍ତୁ ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନାହିଁ।

ଆରବିଆଇର ୨୦୨୦ ବାର୍ଷିକ ରିପୋର୍ଟର ତଥ୍ୟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ହେଲେ ବି ୨ ହଜାର ଟଙ୍କିଆ ନୋଟ ଛପା ହୋଇନାହିଁ। ଏହି ନୋଟର ସର୍କ୍ୟୁଲେସନ ବର୍ଷକୁ ବର୍ଷ କମୁଛି ବୋଲି ଆରବିଆଇ ତା’ର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି।

Advertisment

ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୮ରେ ଦେଶରେ ୩୩,୬୩୨ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ବଜାରରେ ପ୍ରବେଶ କରିଥିଲା। ଯାହା ମାର୍ଚ୍ଚ, ୨୦୧୯ରେ ଏହା ହ୍ରାସ ପାଇ ୩୨,୯୧୦ଲକ୍ଷ ହୋଇଯାଇଥିଲା। ସେହିପରି ମାର୍ଚ୍ଚ, ୨୦୨୦ ସୁଦ୍ଧା ଏହା ୨୭,୩୯୮ ଲକ୍ଷକୁ ହ୍ରାସ ପାଇଥିଲା। ଯାହାକି ଏଥିରୁ ସ୍ପଷ୍ଟ ହେଉଛି ଯେ ବର୍ଷକୁ ବର୍ଷ ୨୦୦୦ ଟଙ୍କିଆର ଛପା ସଂଖ୍ୟା ହ୍ରାସ ପାଉଛି। ୨୦୨୦ ମାର୍ଚ୍ଚ ଶେଷ ବେଳକୁ ସମୁଦାୟ ମୁଦ୍ରିତ ନୋଟର ୨.୪% ୨ହଜାର ଟଙ୍କିଆ ନୋଟ ଛପା ଯାଇଥିଲା। ୨୦୧୯ ମାର୍ଚ୍ଚ ଶେଷ ବେଳକୁ ଏହା ୩% ଓ ୨୦୧୮ ମାର୍ଚ୍ଚ ଶେଷ ବେଳକୁ ଏହା ୩.୩ ଶତକଡ଼ା ଛପା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ