Advertisment

ସୁଶାନ୍ତ ମୃତ୍ୟୁର ସିବିଆଇ ତଦନ୍ତକୁ ବିରୋଧ କଲେ ରିଆଙ୍କ ଓକିଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଜୋର୍ ଧରିଛି। କିନ୍ତୁ ସିବିଆଇ ତଦନ୍ତ ସୁପାରିଶକୁ ରିଆ ଚକ୍ରବର୍ତ୍ତିଙ୍କ ଓକିଲ ସତୀଶ ମାନସିନ୍ଦେ ବିରୋଧ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇପାରିବନି ବୋଲି ରିଆଙ୍କ ଓକିଲ କହିଛନ୍ତି। ସତୀଶ କହିଛନ୍ତି, କୌଣସି ଆଇନଗତ ଦିଗ ନାହିଁ, ଯାହା ଦ୍ୱାରା ବିହାର ପୋଲିସ୍ ସିବିଆଇକୁ ମାମଲା ହସ୍ତାନ୍ତର କରିବ। ମୁମ୍ବାଇରେ ମୃତ୍ୟୁ ହୋଇଥିବାରୁ ଏନେଇ କେବଳ ମୁମ୍ବାଇ ପୋଲିସ୍ ହିଁ ଏହି […]

ସୁଶାନ୍ତ ମୃତ୍ୟୁର ସିବିଆଇ ତଦନ୍ତକୁ ବିରୋଧ କଲେ ରିଆଙ୍କ ଓକିଲ

rhea

Advertisment

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଜୋର୍ ଧରିଛି। କିନ୍ତୁ ସିବିଆଇ ତଦନ୍ତ ସୁପାରିଶକୁ ରିଆ ଚକ୍ରବର୍ତ୍ତିଙ୍କ ଓକିଲ ସତୀଶ ମାନସିନ୍ଦେ ବିରୋଧ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇପାରିବନି ବୋଲି ରିଆଙ୍କ ଓକିଲ କହିଛନ୍ତି।

Advertisment

ସତୀଶ କହିଛନ୍ତି, କୌଣସି ଆଇନଗତ ଦିଗ ନାହିଁ, ଯାହା ଦ୍ୱାରା ବିହାର ପୋଲିସ୍ ସିବିଆଇକୁ ମାମଲା ହସ୍ତାନ୍ତର କରିବ। ମୁମ୍ବାଇରେ ମୃତ୍ୟୁ ହୋଇଥିବାରୁ ଏନେଇ କେବଳ ମୁମ୍ବାଇ ପୋଲିସ୍ ହିଁ ଏହି ମାମଲାର ତଦନ୍ତ କରିପାରିବେ। ପାଟନାରେ ଦାଏର ହୋଇଥିବା ZERO FIR ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯିବ। ପାଟନା ପୋଲିସ ଓ ସିବିଆଇ ତଦନ୍ତ ପରିସୀମା ବାହାରେ ଏହି ମାମଲା ବୋଲି ରିଆଙ୍କ ଓକିଲ ସତିଶ ମାନସିନ୍ଦେ ଦର୍ଶାଇଛନ୍ତି।

ଏହାପୂର୍ବରୁ ଜୁଲାଇ ୧୬ରେ କିନ୍ତୁ ରିଆ ସିବିଆଇ ଦ୍ୱାରା ମାମଲାର ତଦନ୍ତ ପାଇଁ ଖୋଦ୍ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଟ୍ୱିଟ୍ କରିଥିଲେ। ହେଲେ ଏବେ କାହିଁକି ତାଙ୍କ ଓକିଲ ଆଭିମୁଖ୍ୟ ବଦଳାଇଲେ ତାକୁ ନେଇ ଚର୍ଚ୍ଚା ହେଉଛି। ଆଜି ସୁଶାନ୍ତଙ୍କ ବାପା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦାବି କରିଥିଲେ। ଏହାପରେ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ନୀତିଶ ସୁପାରିଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ