Advertisment

ସୁଶାନ୍ତଙ୍କ ପରିବାର ଲୋକଙ୍କ ବିରୋଧରେ ରିୟାଙ୍କ ସାଂଘାତିକ ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଓ ତାଙ୍କ ଭିଣୋଇ ସିଦ୍ଧାର୍ଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। Narcotics Control Bureau(NCB)କୁ ଦେଇଥିବା ବୟାନରେ ରିୟା ଏହି…

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ପରିବାର ଲୋକଙ୍କ ବିରୋଧରେ ରିୟାଙ୍କ ସାଂଘାତିକ ଅଭିଯୋଗ

rhea chakraborty

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଓ ତାଙ୍କ ଭିଣୋଇ ସିଦ୍ଧାର୍ଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। Narcotics Control Bureau(NCB)କୁ ଦେଇଥିବା ବୟାନରେ ରିୟା ଏହି ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍‌ ଲିଙ୍କ୍‌ ନେଇ ଏହି ଘଟଣାର ଏବେ ତଦନ୍ତ ଚାଲିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଏହି ଚାର୍ଜସିଟ୍‌, ଯାହାକି ନିକଟରେ ଏକ ନ୍ୟୁଜ୍‌ ପୋର୍ଟାଲ ଦ୍ୱାରା ହସ୍ତଗତ ହୋଇଥିଲା, ଏଥିରେ  ସୁଶାନ୍ତଙ୍କ ପରିବାର ଲୋକଙ୍କ ବିରୋଧରେ ରିୟା ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ସୁଶାନ୍ତ ଓ ତାଙ୍କ ପରିବାର ସଦସ୍ୟ ଏକାଠି ଡ୍ରଗ୍ସ ନେଉଥିଲେ। ଏନ୍‌ସିବିକୁ ଦେଇଥିବା ବୟାନରେ ରିୟା କହିଛନ୍ତି, ‘ସୁଶାନ୍ତ ଡ୍ରଗ୍ସ ନିଅନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଏହି କଥା ଭଲ ଭାବରେ ଜାଣିଥିଲେ। ଏପରିକି ଭଉଣୀ ପ୍ରିୟଙ୍କା ଓ ଭିଣୋଇ ସିଦ୍ଧାର୍ଥଙ୍କ ସହ ଏକାଠି ବସି ସୁଶାନ୍ତ ଡ୍ରଗ୍ସ ନେଉଥିଲେ। ସେମାନେ ମଧ୍ୟ ତାଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ।’

ରିୟା ତାଙ୍କ ବୟାନରେ ଆହୁରି କହିଛନ୍ତି, ‘ମୁଁ କହିବାକୁ ଚାହୁଁଛି ଯେ, ୨୦୨୦ ଜୁନ୍‌ ୮ରେ  ସୁଶାନ୍ତଙ୍କ ପାଖକୁ ତାଙ୍କ ଭଉଣୀ ରିୟା ହ୍ୱାଟ୍ସଆପ୍‌ରେ ଏକ ମେସେଜ୍‌ କରିଥିଲେ। ଏଥିରେ ସେ(ପ୍ରିୟଙ୍କା) ତାଙ୍କୁ Librium 10 mg, Nexito ଇତ୍ୟାଦି ନେବାକୁ କହିଥିଲେ। ଯାହାକି ସବୁ ଡ୍ରଗ୍ସ ଥିଲା।’

Advertisment

ସୂଚନାଥାଉ କି, କିଛିଦିନ ତଳେ ସୁଶାନ୍ତଙ୍କ ସାଙ୍ଗ ତଥା ରୁମ୍‌ ମେଟ୍‌ ସିଦ୍ଧାର୍ଥ ପିଠାନୀଙ୍କୁ ହାଇଦ୍ରାବାଦରୁ NCB ଗିରଫ କରିଥିଲା। ସୁଶାନ୍ତଙ୍କ ମୃତ୍ୟୁର ପାଖାପାଖି ବର୍ଷକ ପରେ NCB ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା। ସିଦ୍ଧାର୍ଥ, ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ବୋଲି ଜଣାପଡ଼ିଛି।

Actor Sushant Singh Rajput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ