rhea
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଫସିଥିବା ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କୁ କ୍ରମାଗତ ୨ୟ ଦିନରେ ଜେରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB)। ଭାଇ ସୌଭିକ ଚକ୍ରବର୍ତ୍ତି ସମେତ ସୁଶାନ୍ତଙ୍କ ଘରୋଇ ସହାୟକ ସାମୁଏଲ୍ ମିରାଣ୍ଡା ଏବଂ ଡ୍ରଗ୍ସ ସିଣ୍ଡିକେଟର ଅନ୍ୟତମ ସକ୍ରିୟ ସଦସ୍ୟ ବସିତ୍ ସହ ଅଭିନେତ୍ରୀ ରିୟାଙ୍କୁ ବସାଇ ମାରାଥନ ଜେରା କରିଛି ଏନସିବି। ଗତକାଲି ୬ ଘଣ୍ଟା ଧରି ଜେରା କରିଥିବା ଏନସିବି ଆଜି ପୁଣି ୮ ଘଣ୍ଟା ଧରି ଜେରା କରିଥିଲା। ଆସନ୍ତାକାଲି ପୁଣି ଥରେ ଏନସିବି ଜେରା କରିବା ପାଇଁ ରିୟାଙ୍କୁ ସମନ୍ କରିଛି।
ଗତକାଲି ସୁଶାନ୍ତଙ୍କ ପାଇଁ ସୌଭିକ୍ ଜରିଆରେ ଡ୍ରଗ୍ସ ଆଣୁଥିଲେ ବୋଲି ମାନିଯାଇଥିବା ରିୟା ଆଜି ବି ସମାନ କଥା କହିବା ସହ କିଛି ସେଲିବ୍ରିଟିଙ୍କ ନାଁ ନେଇଥିବା ଜଣାପଡ଼ିଛି। ରିୟାଙ୍କ କଥା ଯଦି ସତ ହୋଇଥାଏ, ତାହେଲେ ଉଦୀୟମାନ ଅଭିନେତା ସୁଶାନ୍ତଙ୍କ ପାଇଁ କାଳ ସାଜିଲା କି ଏହି ଡ୍ରଗ୍ସ? ସତରେ ସୁଶାନ୍ତ ଡ୍ରଗ୍ସ ନେଉଥିଲେ ନା ମୃତ୍ୟୁ ମାମଲାରେ ଛନ୍ଦି ହେବା ପରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ମିଛ କହୁଛନ୍ତି ରିୟା? ସେପଟେ ସୁଶାନ୍ତଙ୍କ ମୃତ୍ୟୁ ଅସଲ କାରଣ ଜାଣିବା ପାଇଁ ତରବରିଆ ଭାବେ ଜୁନ୍ ୧୪ର ହୋଇଥିବା ବ୍ୟବଛେଦର ରିପୋର୍ଟ ଏବଂ ଭିସାରାର ଅନୁଧ୍ୟାନ କରାଯାଉଛି।
ଦିଲ୍ଲୀ ଏମ୍ସର ଫରେନ୍ସିକ୍ ବିଭାଗ ମୁଖ୍ୟ ଡାକ୍ତର ସୁଧିର ଗୁପ୍ତାଙ୍କ ନେତୃତ୍ୱରେ ଯାଞ୍ଚ କରାଯାଉଛି। ଯାହାର ଚୂଡ଼ାନ୍ତ ରିପୋର୍ଟ ଆସନ୍ତା ୧୭ ତାରିଖରେ ଆସିବ। ସେପଟେ ସୁଶାନ୍ତଙ୍କ ଉଭଣୀ ପ୍ରିୟଙ୍କାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ରିୟା। ସୁଶାନ୍ତଙ୍କୁ ପ୍ରିୟଙ୍କା ଭୁଲ୍ ଔଷଧ ଦେଇଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟ ଅନୁସାରେ ଏତଲା ଦେଇଛନ୍ତି। ସେହିପରି ଏଥିରେ ସହଯୋଗ କରିଥିବା ଦର୍ଶାଇ ଡାକ୍ତର ତରୁଣ କୁମାରଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି ରିୟା। ଅପରପକ୍ଷେ ସୁଶାନ୍ତ ମୃତ୍ୟୁ ପରଠୁ ରହସ୍ୟ ଘେରରେ ଥିବା ବନ୍ଧୁ ସନ୍ଦୀପ ସିଂ ଆଜି ମୁହଁ ଖୋଲିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rhea_1625349497.jpg)