mouse
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପ ଓ ମୂଷା ଯୁଦ୍ଧର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସୁଶାନ୍ତ ଲେଖିଛନ୍ତି,‘ଏହି ସାପଟି କେବେବି ମୂଷା ଛୁଆ ପାଖକୁ ଆସିବ ନାହିଁ। ମା’ ତା’ର ଛୁଆ ପାଇଁ ସବୁକିଛି କରିପାରିବ। ପୃଥିବୀରେ ‘ମାତୃତ୍ୱ’ ଠାରୁ ବଡ ଆଉ କିଛି ନାହିଁ।’
ଭିଡିଓରେ ଦେଖିବାକୁ ମିଳିଛି, ଏକ ସାପ ମୂଷା ଛୁଆକୁ ପାଟିରେ ଧରି ଦୌଡୁଥିଲା। ଠିକ୍ ସେହି ସମୟରେ ମା’ ମୂଷାଟି ନିଜ ଛୁଆକୁ ବଞ୍ଚାଇବା ପାଇଁ ସାପଟିର ପଛରେ ଦୌଡୁଥିଲା। କେବଳ ସେତିକି ନୁହେଁ ମୂଷାଟି ସାପକୁ ନଡରି, ନିଜ ଜୀବନକୁ ଖାତିର ନକରି ସାପ ସହିତ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି ।
ସାପ ତା’ର ଛୁଆ ଧରି କାଳେ ପଳାଇଯିବ ସେଥିପାଇଁ ମୂଷାଟି ସାପର ଲାଞ୍ଜକୁ ଧରି କାମୁଡିବାକୁ ଚେଷ୍ଟା କରୁଛି। ଫଳରେ ସାପଟି ପାଟିରୁ ମୂଷା ଛୁଆକୁ ବାହାର କରି ତଳେ ପକାଇ ନିଜ ଜୀବନ ବଞ୍ଚାଇ ସେଠାରୁ ପଳେଇ ଯାଉଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଛୁଆକୁ ବଞ୍ଚାଇବା ପାଇଁ ମା’ର ଏପରି ସଂଘର୍ଷ ବେଶ ଦୃଦୟସ୍ପର୍ଶୀ ହୋଇଛି। ଭିଡିଓରୁ ଯେପରି ପ୍ରମାଣିତ ହେଉଛି, ଛୁଆକୁ ବଞ୍ଚାଇବା ପାଇଁ ମା’ ଯେ କୌଣସି କାମ ବି କରିପାରେ। ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଖୁବ୍ ଭାଇରାଲ ହୋଇଥିଲା। ଏପର୍ଯ୍ୟନ୍ତ ଭିଡିଓଟିକୁ ୫ହଜାରୁ ଅଧିକ ଥର ଦେଖାଯାଇଥିବାବେଳେ ୧ହଜାରରୁ ଅଧିକ ଲାଇକ୍ ମଧ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mouse_1626696155.jpg)