Advertisment

ଆରମ୍ଭ ହେଲା 'ମନୋଦର୍ପଣ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମନୋଦର୍ପଣ’ କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨। ଏହି ହେଲ୍ପ ଲାଇନ ନମ୍ବରରେ ଉପଦେଶ ଦେବାରୁ ବିଶେଷଜ୍ଞ ଉପଲବ୍ଧ ରହିବେ। ମନୋଦର୍ପଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ଲୋକଙ୍କୁ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ […]

ଆରମ୍ଭ ହେଲା 'ମନୋଦର୍ପଣ' କାର୍ଯ୍ୟକ୍ରମ

manodarpan

Advertisment

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି 'ମନୋଦର୍ପଣ' କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨।

Advertisment

ଏହି ହେଲ୍ପ ଲାଇନ ନମ୍ବରରେ ଉପଦେଶ ଦେବାରୁ ବିଶେଷଜ୍ଞ ଉପଲବ୍ଧ ରହିବେ। ମନୋଦର୍ପଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ଲୋକଙ୍କୁ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ ଦିଆଯିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ୱେବସାଇଟରେ ମଧ୍ୟ ମନୋଦର୍ପଣର ଏକ ସ୍ୱତନ୍ତ୍ର ପେଜ୍ ରହିଛି।

https://twitter.com/HRDMinistry/status/1285519506521985030?s=20

ଏଥିରେ ପରାମର୍ଶ, ପ୍ରାକ୍ଟିକାଲ ଟିପ୍ସ, ପୋଷ୍ଟର, ଭିଡିଓ, କଣ କରିବା ଉଚିତ୍, କଣ ନକରିବା ଏ ସବୁର ଉପଦେଶ ରହିଛି। ଏହାଛଡ଼ା ଅନଲାଇନ୍ ଚାଟ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରାମର୍ଶ ନେଇପାରିବେ। କୋଭିଡ୍ ୧୯ ଯୋଗୁ କେବଳ ଶାରିରୀକ ନୁହେଁ, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି।

Advertisment

ଶିଶୁ ଓ କିଶୋରମାନଙ୍କ ଉପରେ ପଡ଼ୁଥିବା ଏଭଳି ଚାପ ଦୂର କରିବା ପାଇଁ ଭାରତ ସରକାର ମନୋଦର୍ପଣର ବ୍ୟବସ୍ଥା କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ