Advertisment

ରମ୍‌ଜାନ୍‌ ବଜାରରେ ହଲିମ୍‌ ଆଉ ଫେନି ପାଇଁ ଲାଗୁଛି ଭିଡ଼

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ମାସ ପାଇଁ ସାରା ଦେଶ ଚଳଚଞ୍ଚଳ। ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରକମର ଖାଦ୍ୟ, ପାନୀୟ ତା ସହ କିଣା ହେଉଛି ଅନେକ ପ୍ରକାରର କପଡ଼ା । ଲୋକେ ସାରା ଦିନର ଉପବାସ ପରେ ସଂଧ୍ୟାରେ ଇଫତାର ପାର୍ଟିରେ ସାମିଲ ହେଉଛନ୍ତି। ଉତ୍ତରପ୍ରଦେଶ ଅଲିଗଡ଼ର ବଜାରରେ ମିଳୁଛି ଅନେକ କିସମର ଫଳ। ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ବେସ୍ ଉତ୍ସାହର ସହ ଏହାକୁ କିଣୁଛନ୍ତି। ସେହିପରି ଶ୍ରୀନଗରର […]

ରମ୍‌ଜାନ୍‌ ବଜାରରେ ହଲିମ୍‌ ଆଉ ଫେନି ପାଇଁ ଲାଗୁଛି ଭିଡ଼

ram

Advertisment

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ମାସ ପାଇଁ ସାରା ଦେଶ ଚଳଚଞ୍ଚଳ। ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରକମର ଖାଦ୍ୟ, ପାନୀୟ ତା ସହ କିଣା ହେଉଛି ଅନେକ ପ୍ରକାରର କପଡ଼ା । ଲୋକେ ସାରା ଦିନର ଉପବାସ ପରେ ସଂଧ୍ୟାରେ ଇଫତାର ପାର୍ଟିରେ ସାମିଲ ହେଉଛନ୍ତି।

Advertisment

ଉତ୍ତରପ୍ରଦେଶ ଅଲିଗଡ଼ର ବଜାରରେ ମିଳୁଛି ଅନେକ କିସମର ଫଳ। ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ବେସ୍ ଉତ୍ସାହର ସହ ଏହାକୁ କିଣୁଛନ୍ତି। ସେହିପରି ଶ୍ରୀନଗରର ବଡ଼ ବଜାରରେ ଲୋକେ ବିଭିନ୍ନ ରକମର ଟୋପି କିଣୁଛନ୍ତି । ନମାଜ ପାଠ ବେଳେ ସାଧାରଣତଃ ବ୍ୟବହାର ହେଉଥିବା ଏହି ଟୋପିର ଚାହିଦା ରମଜାନ୍ ମାସରେ ଟିକିଏ ଅଧିକା ବଢ଼ିଯାଏ ।

ଏହି ପବିତ୍ର ଉତ୍ସବ ସମୟରେ ହଲିମ୍ ପ୍ରସ୍ତୁତିର ଦୃଶ୍ୟ ମଧ୍ୟ ନିଆରା। ରମ୍‌ଜାନ ମାସରେ ବେସ୍ ଚାହିଦା ଥିବା ଏହି ଖାଦ୍ୟକୁ ହାଇଦ୍ରାବାଦର ଏକ ହୋଟେଲରେ ପ୍ରସ୍ତୁତ କରାଯାଉଛି।  ବଡ଼ ବଡ଼ ଚୁଲାରେ ମଟନ୍‌ ଦୁଇରୁ ତିନି ଘଣ୍ଟା ଦମ୍ ଦେବା ପରେ ଏହାକୁ ପେଶା ଯାଏ। ଏଥିରେ ଅନେକ ରକମର ମସଲା, ଘିଅ ମିଶିବା ପରେ ଏହାକୁ ଲୋକଙ୍କ ନିକଟରେ ପରସା ଯାଏ। କି ହିନ୍ଦୁ କି ମୁସଲମାନ୍, ରମଜାନର ଏହି ପବିତ୍ର ମାସ ସମସ୍ତଙ୍କୁ ଏକଜୁଟ୍ କରିଛି ।

Advertisment

ସେହିପରି ଉତ୍ତରପ୍ରଦେଶ ଅଲିଗଡ଼ର ଏକ ଦୋକାନରେ ସୁତୀ ଫେନି ତିଆରି ହେଉଛି। ମଇଦା ଏବଂ ଦେଶୀ ଘିଅରେ ତିଆରି ହେଉଥିବା ଏହି ଫେନି ରମ୍‌ଜାନ ମାସ ଇଫତାର୍ ପାର୍ଟିରେ ବହୁ ସଂଖ୍ୟାରେ ବ୍ୟବହୃତ ହୁଏ ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ