Advertisment

ରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ

ରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ

ram-mandir

Advertisment

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ବ୍ୟାଙ୍କ ଖାତାରୁ ୬ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି। ଜାଲ୍ ଚେକ୍ ବୁକ୍ ମାଧ୍ୟମରେ କେହି ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଲକ୍ଷ୍ନୌର ୨ଟି ବ୍ୟାଙ୍କରୁ ଜାଲ୍ ଚେକ୍ ମାଧ୍ୟମରେ ଏହି ଟଙ୍କା ଉଠାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

ଦୁଇଟି ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ତୃତୀୟ ଥର ଟଙ୍କା ଉଠାଇବା ଲାଗି ଉଦ୍ୟମ ହୋଇଥିଲା। ଉଦ୍ୟମବେଳେ ଏନେଇ ଏ ସଂପର୍କରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ପାଖକୁ ଫୋନ୍ ଆସିଥିଲା। ଏହାପରେ ସେ ଅଯୋଧ୍ୟାର କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ