rajnath
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବେ, ଯେଉଁଥିରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ।
ସେହିପରି ରୁଷ୍ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ରାଜନାଥ ସିଂହ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ ଦ୍ୱାରା ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ ଅନୁଷ୍ଠିତ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ଚୀନ୍ ଓ ପାକିସ୍ତାନ ଭାଗ ନେଉଛି।
https://twitter.com/rajnathsingh/status/1300998377241325569?s=20
ତେବେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଚୀନ୍ ପ୍ରତିପକ୍ଷଙ୍କ ସହ ରାଜନାଥ ସିଂହ ଆଲୋଚନା କରିବେ ନାହିଁ। ଚୀନ୍ ସହ ସୀମା ବିବାଦ ନେଇ ତିକ୍ତତା ବଢ଼ୁଥିବାରୁ ଭାରତ ଏହି ନିଷ୍ପତ୍ତି ନେଇଛି। ଚୀନ୍ ସହ ବାରମ୍ବାର ସାମରିକ ଓ କୂଟନୈତିକ ଆଲୋଚନା ହେଉଥିଲେ ମଧ୍ୟ ଚୀନର ଆଚରଣରେ କୌଣସି ପରିବର୍ତ୍ତନ ଆସୁନାହିଁ। ଏହାକୁ ଦୃଷ୍ଟିରେ ରଖି ଭାରତ ଆଜି ଏହି କୂଟନୈତିକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି। ପୂର୍ବରୁ ରୁଷରେ ଆୟୋଜିତ ହେବାକୁ ଥିବା ବହୁଦେଶୀୟ ଯୁଦ୍ଧାଭ୍ୟାସରୁ ଭାରତ ନିଜକୁ ଦୂରେଇ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rajnath_1625366568.jpg)