Advertisment

ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି, କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ନିକଟରେ ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୋର୍ଟ ଏହି […]

ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

cp

Advertisment

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ।

Advertisment

ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି, କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ନିକଟରେ ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ଜୋଶୀ ଆହୁରି ମଧ୍ୟ କହିଛନ୍ତି ସେ କେବଳ ବାଚସ୍ପତିଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରୁଛନ୍ତି, ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ତେଣୁ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ୍ ଦାଖଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ