Advertisment

କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ-‘ଚୋରି କରି ଦୋଷ ଲଦୁଛି’

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି। ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର  ୬ ଜଣ ବିଧାୟକଙ୍କୁ ନିଜ ଦଳରେ […]

କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ-‘ଚୋରି କରି ଦୋଷ ଲଦୁଛି’

mayabati

Advertisment

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି।

Advertisment

ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର  ୬ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା କଂଗ୍ରେସ  ଯାହା ଆଦୌ ଗ୍ରହଣୀୟ ନୁହେଁ। ସମ୍ବିଧାନକୁ ଉଲ୍ଲଘଂନ କରିଥିବାରୁ ଏହାକୁ ନେଇ କୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି ମାୟାବତୀ କହିଛନ୍ତି । ଯଦି, ୬ ବିଧାୟକ କଂଗ୍ରେସରେ ସାମିଲ ହେବେ, ତେବେ ତାଙ୍କ ସଭ୍ୟ ପଦ ବି ରଦ୍ଦ ହେବ ବୋଲି ସେ କହିଛନ୍ତି।

ମାୟାବତୀ କହିଛନ୍ତି, ନିର୍ବାଚନ ପରେ ଗେହଲଟ ସରକାରଙ୍କୁ ବିଏସପି ସମର୍ଥନ ଜଣାଇଥିଲା। ହେଲେ କଂଗ୍ରେସ ବିଏସ୍‌ପିର କ୍ଷତି ହିଁ କରି ଚାଲିଛି। କଂଗ୍ରେସ ହୀନ ଚକ୍ରାନ୍ତଙ୍କୁ ଆଉ ବରଦାସ୍ତ କରାଯବ ନାହିଁ ବୋଲି ସେ କହିଛନ୍ତି।

Advertisment

ଅପରପକ୍ଷେ ମନ୍ତ୍ରୀ ପରିଷଦ ବୈଠକ ଆବେଦନ ଖାରଜ ହେବା ପରେ ଆଜି କ୍ୟାବିନେଟ୍ ବୈଠକ ଡାକିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।  ସୂଚନାଥାଉ କି,  ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଦେଖାଦେବା ପରେ ଏବେ ନିଜ ସପକ୍ଷରେ ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି ଗେହଲୋଟ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ