Advertisment

ଆସ୍ଥା ଭୋଟ୍ ଜିତିଲେ ରାଜସ୍ଥାନ ସରକାର

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆସ୍ଥା ଭୋଟ୍ ଜିତିଛନ୍ତି। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିଧାନସଭାରେ ଆସ୍ଥା ଭୋଟ୍ କରାଯାଇଥିଲା, ଯେଉଁଥିରେ ଗେହଲଟଙ୍କ ସରକାର ବାଜିମାତ୍ କରିଛନ୍ତି। ଆସ୍ଥା ଭୋଟ୍ ଜିତିବା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଏବେ ରାଜସ୍ଥାନରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ କରାଯାଇଛି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୧୨୩ ଖଣ୍ଡ ଭୋଟ୍ ଯାଇଥିବା ବେଳେ ବିରୋଧରେ ଖାତାକୁ […]

ଆସ୍ଥା ଭୋଟ୍ ଜିତିଲେ ରାଜସ୍ଥାନ ସରକାର

rajstan

Advertisment

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆସ୍ଥା ଭୋଟ୍ ଜିତିଛନ୍ତି। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିଧାନସଭାରେ ଆସ୍ଥା ଭୋଟ୍ କରାଯାଇଥିଲା, ଯେଉଁଥିରେ ଗେହଲଟଙ୍କ ସରକାର ବାଜିମାତ୍ କରିଛନ୍ତି। ଆସ୍ଥା ଭୋଟ୍ ଜିତିବା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଏବେ ରାଜସ୍ଥାନରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ କରାଯାଇଛି।

Advertisment

ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୧୨୩ ଖଣ୍ଡ ଭୋଟ୍ ଯାଇଥିବା ବେଳେ ବିରୋଧରେ ଖାତାକୁ ଯାଇଥିଲା ୭୫ ଖଣ୍ଡ ଭୋଟ୍। ବିଧାନସଭାରେ ଆସ୍ଥା ଭୋଟ୍ ଜିତିବା ପରେ ଗେହଲଟ୍ ବିରୋଧୀ ବିଜେପିକୁ ଦୃଢ଼ ଜବାବ ଦେଇଥିଲେ। ବିଜେପିକୁ ଟାର୍ଗେଟ୍ କରି ଗେହଲଟ୍ କହିଛନ୍ତି, ରାଜସ୍ଥାନରେ ଫୋନ୍ ଟ୍ୟାପିଙ୍ଗ୍ ପରମ୍ପରା ଆଉ ନାହିଁ। ସରକାର ଭାଙ୍ଗିବାକୁ ବହୁତ ଷଡ଼ଯନ୍ତ୍ର କରାଯାଇଥିଲା। ଦେଶରେ ଏବେ ଲୋକତନ୍ତ୍ର ବିପଦରେ ପଡ଼ିଯାଇଛି। କେବଳ ଦୁଇଟି ଲୋକ ଦେଶରେ ରାଜ୍ କରୁଛନ୍ତି।

ଗେହଲଟ୍ ଆହୁରି କହିଛନ୍ତି, ନିର୍ବାଚନରେ ପରାଜୟ ଦେଖି ବିରୋଧୀ ପୂରା ସ୍ତବ୍ଧ ହୋଇଯାଇଥିଲେ। ବିଜେପିର ଏକାଧିକ ନେତା ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଆପଣମାନେ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ କଥା କହୁଛନ୍ତି। କିନ୍ତୁ ଷଡ଼ଯନ୍ତ୍ର ଆପଣମାନେ, ଆପଣଙ୍କ ଦଳ ଓ କେନ୍ଦ୍ରୀୟ ନେତା କରିଥିଲେ। ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ରାଜସ୍ଥାନରେ ସରକାର ଭୁଶୁଡ଼ିବାକୁ ଦିଆଯିବ ନାହିଁ।

Advertisment

ବିଜେପି କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କ’ଣ କରୁଛି, ସେ ବିଷୟରେ ଅଧିକ ଚିନ୍ତା କରିବା ଦରକାର। ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ସହ ମୁଁ ହାତ ମିଳାଇଥିବା କୁହାଯାଉଛି। ହେଲେ ମୁଁ ଏଠି କହିବାକୁ ଚାହେଁ ଯେ ଏଥିରେ କୌଣସି ସତ୍ୟତା ନାହିଁ। ତାଙ୍କ ସହ ମୋର କୌଣସି କଥାବାର୍ତ୍ତା ହୋଇନାହିଁ ବୋଲି ଗେହଲଟ୍ କହିଛନ୍ତି।

ବିଧାନସଭା ଅଧିବେଶନ ପରେ ସଚିନ୍ ପାଇଲଟ୍‌ କହିଛନ୍ତି, ସରକାରଙ୍କ ପକ୍ଷରୁ ବିଧାନସଭାରେ ଯେଉଁ ଆସ୍ଥା ଭୋଟ୍ ଅଣାଯାଇଥିଲା, ତାହା ପୂର୍ଣ୍ଣ ବହୁମତ ସହ ପାରିତ ହୋଇଛି। ବିପକ୍ଷ ପକ୍ଷରୁ ଅନେକ ପ୍ରୟାସ ସତ୍ତ୍ୱେ ପରିଣାମ ସରକାରଙ୍କ ସପକ୍ଷରେ ଯାଇଛି। ଏହାସହ ଏବେ ସବୁ ଯେଉଁସବୁ ସନ୍ଦେହକୁ ନେଇ ପ୍ରଶ୍ନ ଉଠୁଥିଲା, ତାହା ଉପରେ ମଧ୍ୟ ବିରାମ ଲାଗିଛି। ଯେଉଁ ମାମଲା ଉଠାଯାଇଥିଲା, ସେସବୁ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ମୋର ଆଶା କଂଗ୍ରେସ ହାଇକମାଣ୍ଡ ଯଥାଶୀଘ୍ର ରୋଡମ୍ୟାପ ପ୍ରସ୍ତୁତ କରି ସବୁ ସମସ୍ୟାର ସାମାଧନ କରିବେ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ