Advertisment

ମହଙ୍ଗା ପଡିପାରେ ରାଜସ୍ଥାନ ରାଜ୍ୟପାଳଙ୍କୁ ତାଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଷ୍ଟ୍ରପତିଙ୍କୁ ଜଣାଇବେ ଭାରତୀୟ ନିର୍ବାଚନ କମିଶନ। ଉତ୍ତରପ୍ରଦେଶ ଅଲୀଗଡ଼ରେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା କହିଲେ ରାଜ୍ୟପାଳ କଲ୍ୟାଣ ସିଂହ। ଏହି ମନ୍ତବ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ହେବାପରେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ସାଧାରଣ […]

ମହଙ୍ଗା ପଡିପାରେ ରାଜସ୍ଥାନ ରାଜ୍ୟପାଳଙ୍କୁ ତାଙ୍କ ବିବାଦୀୟ ମନ୍ତବ୍ୟ

KALYANSINGH-1

Advertisment

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଷ୍ଟ୍ରପତିଙ୍କୁ ଜଣାଇବେ ଭାରତୀୟ ନିର୍ବାଚନ କମିଶନ। ଉତ୍ତରପ୍ରଦେଶ ଅଲୀଗଡ଼ରେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା କହିଲେ ରାଜ୍ୟପାଳ କଲ୍ୟାଣ ସିଂହ। ଏହି ମନ୍ତବ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ହେବାପରେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି।

Advertisment

ଲଗାତର ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ସାଧାରଣ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛନ୍ତି ନିର୍ବାଚନ କମିଶନ।
ଏହା ପୂର୍ବରୁ ହିମାଚଳପ୍ରଦେଶ ରାଜ୍ୟପାଳ ଗୁଲସେର ଅହମ୍ମଦ ନିଜ ପୁଅ ସୟିଦ ଅହମ୍ମଦଙ୍କ ପାଇଁ ପ୍ରଚାର କରି ଚର୍ଚ୍ଚାର ଘେରକୁ ଆସିଥିଲେ। ସେହି ସମୟରେ ରାଜ୍ୟପାଳଙ୍କ ବିରୋଧରେ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଥିଲେ। ଏହା ପରେ ରାଜ୍ୟପାଳ ଗୁଲସେର ଅହମ୍ମଦଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ