Advertisment

ଚମତ୍କାର! ୧୮ ଘଣ୍ଟା ପରେ ଉଦ୍ଧାର ହେଲା ୪ ବର୍ଷୀୟ ଶିଶୁ

ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ଭଗବାନଙ୍କ ଆଶୀର୍ବାଦ ଥିଲେ ବଡ଼ ବଡ଼ ଦୁର୍ଘଟଣା ବି କିଛି କରିପାରେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଇଘର ଜିଲ୍ଲାରେ। ୫ ମହଲା ବିଶିଷ୍ଟ ବିରାଟ ବିଲ୍ଡିଂ ଭୁଶିଡ଼ି ଯିବା ସ୍ଥାନରୁ ସୁରକ୍ଷିତ ଅବସ୍ଥାରେ ଜଣେ ୪ ବର୍ଷୀୟ ଶିଶୁକୁ ଉଦ୍ଧାର କରାଯାଇଛି। #WATCH: A 4-year-old boy was rescued from under the debris at the site […]

ଅଦ୍ୟତନ ହୋଇଛି
ଚମତ୍କାର! ୧୮ ଘଣ୍ଟା ପରେ ଉଦ୍ଧାର ହେଲା ୪ ବର୍ଷୀୟ ଶିଶୁ

raigad

Advertisment

ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ଭଗବାନଙ୍କ ଆଶୀର୍ବାଦ ଥିଲେ ବଡ଼ ବଡ଼ ଦୁର୍ଘଟଣା ବି କିଛି କରିପାରେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଇଘର ଜିଲ୍ଲାରେ। ୫ ମହଲା ବିଶିଷ୍ଟ ବିରାଟ ବିଲ୍ଡିଂ ଭୁଶିଡ଼ି ଯିବା ସ୍ଥାନରୁ ସୁରକ୍ଷିତ ଅବସ୍ଥାରେ ଜଣେ ୪ ବର୍ଷୀୟ ଶିଶୁକୁ ଉଦ୍ଧାର କରାଯାଇଛି।

Advertisment

https://twitter.com/ANI/status/1298176421731262464?s=20

ବିଲ୍ଡିଂ ଭଗ୍ନାବଶେଷରୁ ଶିଶୁକୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ ଟିମ୍। ପ୍ରାୟ ୧୮ ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଅବସ୍ଥାରେ ଶୁଶିକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଲ୍ଡିଂ ଭୁଶୁଡିବା ପରେ ୪ ବର୍ଷୀୟ ଏହି ଶିଶୁଟି ଭଙ୍ଗା କଂକ୍ରିଟ୍ ତଳେ ଚାପି ହୋଇ ରହିଥିଲା।

ଉଦ୍ଧାର କରାଯାଇଥିବା ଶିଶୁଟି ସୁସ୍ଥ ଥିବା ଏନଡିଆରଏଫର ଡେପୁଟି କମାଣ୍ଡାଣ୍ଟ ଆଲୋକ କୁମାର କହିଛନ୍ତି। ସେ କହିଛନ୍ତି, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ପିଲାଟି ଗୋଟିଏ ସ୍ଥାନରେ ବସି ରହିଥିଲା ଏବଂ ତାକୁ ସାମାନ୍ୟ ଆଘାତ ଲାଗିନାହିଁ। ସୂଚନାଯୋଗ୍ୟ, ଗତକାଲି ଏହି ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ