rahul main
ନୂଆଦିଲ୍ଲୀ: ହସ୍ପିଟାଲର ଅବହେଳା ଯୋଗୁଁ ରାହୁଲଙ୍କ ଜୀବନ ଚାଲିଗଲା । ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତା ତଥା ୟୁଟ୍ୟୁବ ଷ୍ଟାର ରାହୁଲ ଭୋରାଙ୍କ ପତ୍ନୀ । ରାହୁଲ କରୋନାରେ ଆକ୍ରାନ୍ତ ହେବା ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ୩୫ ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାହୁଲଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଓ ଫ୍ୟାନ୍ ମାନଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛିା ଏପରିକି ରାହୁଲଙ୍କ ମୃତ୍ୟୁ ନେଇ ନ୍ୟାୟ ମାଗିଛନ୍ତି ତାଙ୍କ ପତ୍ନୀ ।
କାଲି ହିଁ ସେ ମୋତେ କହିଥିଲେ, ମୁଁ ବଞ୍ଚି ପାରିବି, ଯଦି ମୋତେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିବ । ସେ ନିଜର ସମସ୍ତ ବିବରଣୀ ଫେସବୁକ୍ରେ ଶେୟାର କରିଥିଲେ । ଏଥିସହିତ ସେ ଲେଖିଥିେଏ ‘ଖୁବ୍ ଶିଘ୍ର ଜନ୍ମ ନେବି ଏବଂ ଭଲ କାମ କରିବି । ଏବେ ଆଉ ମୋର ଧୈର୍ଯ୍ୟ ନାହିଁ ।’ ଏଇ କଥାଟି ଫେସବୁକରେ ପୋଷ୍ଟ କରିବାର ଦିନକ ପରେ ରାହୁଲଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ପତ୍ନୀ ଜ୍ୟୋତି ତିୱାରୀ । ଜ୍ୟୋତି ଭାଭବିହ୍ୱଳପୂର୍ଣ୍ଣ ଭିଡିଓ ସେୟାର କରିଛନ୍ତି । ତାଙ୍କ ସ୍ୱାମୀ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ନପାଇ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଭିଡିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ଏହାସହ ସେ ନ୍ୟାୟ ଭିକ୍ଷା କରିଛନ୍ତି ।
ମୃତ୍ୟୁର କିଛି ଦିନ ପୂୂୂର୍ବରୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ ବୋଲି ରାହୁଲ ନିଜେ ତାଙ୍କ ଫେସବୁକରେ ପୋଷ୍ଟ କରି ଅଭିଯୋଗ ଆଣିଥିଲେ । ଏପରିକି ଅକ୍ସିଜେନ ସ୍ତର ଧିରେ କମିଯାଉଛି ବୋଲି କହିଥିଲେ ।
View this post on Instagram
ରାହୁଲଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପତ୍ନୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ରାହୁଲଙ୍କୁ ନ୍ୟାୟ ମିଳୁ । ମୋ ରାହୁଲ ଚାଲିଗଲେ, କିନ୍ତୁ କେମିତି ତାଙ୍କର ମୃତ୍ୟୁ ହେଲା, ଏହା କାହାଙ୍କୁ ବି ଜଣା ନାହିଁ । ଦିଲ୍ଲୀ ତାହିରପୁର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ କଣ ଏଭଳି ଚିକିତ୍ସା କରାଯାଏ । ମୋ ସ୍ୱାମୀଙ୍କୁ ନ୍ୟାୟ ମିଳିବ ବୋଲି ମୁଁ ଆଶା କରୁଛି । ଆଉ ଜଣେ ରାହୁଲଙ୍କ ଏଇ ଦୁନିଆର ନ ଯିବା ଦରକାର । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାହୁଲଙ୍କ ପ୍ରଶଂସକ ତାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାହୁଲଙ୍କ ପତ୍ନୀ ଜ୍ୟୋତି ମଧ୍ୟ ଉଭୟଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rahul-main_1620651469.jpg)