Advertisment

ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି, ଯାହାଦ୍ୱାରା ପିଲାମାନଙ୍କୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହେବ। വയനാട്ടിലെ കുഞ്ഞുകൂട്ടുകാരുമായി സംസാരിച്ചു. പഠിച്ചുയരാൻ കൂടെയുണ്ടാകും……. pic.twitter.com/xq1rU085ip — Rahul Gandhi – Wayanad (@RGWayanadOffice) July […]

ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

rahul

Advertisment

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି, ଯାହାଦ୍ୱାରା ପିଲାମାନଙ୍କୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହେବ।

Advertisment

https://twitter.com/RGWayanadOffice/status/1285609041025290240?s=20

ରାହୁଲ୍ ଗାନ୍ଧି କେରଳର ୱେନାଡ଼ ନିର୍ବାଚନ ମଣ୍ଡଳୀର ସାଂସଦ ଅଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସେ ଟିଭି ସେଟ୍ ଦେବାର କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଯେଉଁ ପିଲାଙ୍କୁ ଏହି ଟିଭି ସେଟ୍ ଦିଆଯାଇଛି, ସେଥିରୁ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର। ଏହି ୩୫୦ ଟିଭି ସେଟ୍ ମଧ୍ୟରୁ ପ୍ରାୟ ୧୨୫ କୋଝିକୋଡ, ମାଲାପୁରମ ଜିଲ୍ଲାରେ ଦିଆଯାଇଛି। ତେବେ ବାକି ଟିଭି ୱେନାଡ଼ ଜିଲ୍ଲାରେ ଦିଆଯାଇଛି।

ରାହୁଲ୍ କହିଛନ୍ତି, କରୋନା ସଙ୍କଟ ଓ ଭିତ୍ତିଭୂମୀ ଅଭାବ କାରଣରୁ ଯେପରି କୌଣସି ପିଲା ପାଠପଢ଼ାରୁ ବଞ୍ଚିତ ନହେବା ଦରକାର। ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ୍ ଆମେଠୀ ବ୍ୟତୀତ ୱେନାଡ଼ରୁ ନିର୍ବାଚନ ଲଢ଼ିଥିଲେ। ରାହୁଲଙ୍କୁ ଆମେଠୀରୁ ତ ପରାଜୟ ମିଳିଥିଲା, କିନ୍ତୁ ୱେନାଡ଼ରେ ସେ ରେକର୍ଡ ଭୋଟରେ ବିଜୟୀ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ