yh
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ଦିଲ୍ଲୀରେ ବସିଥିବା CWC ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରାଯାଇଛି। ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡିବାକୁ ଜିଦ୍ ଧରିଥିଲେ ରାହୁଲ । ମାତ୍ର CWC ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଅନ୍ୟପକ୍ଷରେ ଆଗାମୀ ଦିନରେ କଂଗ୍ରେସ କିଭଳି ଶକ୍ତିଶାଳୀ ହେବ ସେନେଇ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ, ନିରଙ୍କୁଶ କ୍ଷମତା ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି।
କଂଗ୍ରେସ ଦଳ ମାତ୍ର ୫୨ ଆସନରେ ସୀମିତ ରହିବା ନେଇ ନିଜକୁ ଦାୟୀ କରି ସଭାପତି ପଦରୁ ଇସ୍ତଫା ଦେବାକୁ ଜିଦ୍ ଧରିଥିଲେ ରାହୁଲ। ମାତ୍ର ସୋନିଆ, ପ୍ରିୟଙ୍କା ଓ ମନମୋହନ ବୁଝାସୁଝା କରିବା ପରେ ସେ ନିଜ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି। ତେବେ କଂଗ୍ରେସରେ ଏଭଳି ଡ୍ରାମା କିଛି ନୁଆ ନୁହେଁ। ୨୦୧୪ରେ ଦଳ ମାତ୍ର ୪୪ଟି ଆସନ ଜିତିବା ପରେ ଦଳର ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ଓ ଉପସଭାପତି ରହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ। ମାତ୍ର cwc ତାକୁ ଗ୍ରହଣ କରି ନ ଥିଲା । ଅନ୍ୟପକ୍ଷରେ ସଂଗ୍ରେସକୁ ଶକ୍ତିଶାଳୀ କରିବା ଲାଗି ରାହୁଲଙ୍କୁ ନିରଙ୍କୁଶ କ୍ଷମତା ଦିଆଯିବା ଲାଗି ସୋନିଆ ପ୍ରସ୍ତାବ ଦେଇଥିବା କୁହାଯାଉଛି।
ସେହିପରି ଓଡ଼ିଶାରେ ଦୋଦୁଲ୍ୟମାନ ସ୍ଥିତିରେ ଥିବା କଂଗ୍ରେସ ନିଜ ସ୍ଥିତି ସୁଧାରିବାରେ ଫେଲ ମାରିଛି। ଦଳ ଲୋକସଭାରେ କୋରାପୁଟ୍ ଆସନ ଜିତି ସମ୍ମାନ ରକ୍ଷା କରିଛି ସତ, ହେଲେ ବିଧାନସଭାରେ ଦଳର ସ୍ଥିତି ଆହୁରି ଖରାପ। ବିଧାୟକ ସଂଖ୍ୟା ୧୬ରୁ ୮କୁ ଖସି ଆସିଛି । ନୈତିକତା ଦୃଷ୍ଟିରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ଇସ୍ତଫା ଦେଇଥିବା ବେଳେ ଦଳ ଭିତରୁ ବିରୋଧର ସ୍ୱର ବି ଉଠିଲାଣି।
ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମମତା ବାନାର୍ଜୀ ଦେଇଛନ୍ତି ପ୍ରସ୍ତାବ । ଯେଉଠି ଟଙ୍କା ଗଣତନ୍ତ୍ରକୁ ଚଳାଏ ଏବଂ ସାମ୍ପ୍ରଦାୟିକ ଶକ୍ତି ଦେଶକୁ ଶାସନ କରେ, ସେଭଳି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ଚାହାନ୍ତି ନାହିଁ ବୋଲି ବିବୃତ୍ତି ରଖିଛନ୍ତି। ସାଧାରଣ ନିର୍ବାଚନ ଫଳାଫଳ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଆଜି ଏହା କହିଛନ୍ତି ମମତା । ରାଜ୍ୟରେ ବିଜେପି ୧୮ ଆସନ ଜିତିବା ପଛରେ ମମତା ବାମମେଣ୍ଟକୁ ଦାୟୀ କରିଛନ୍ତି । ବାମମେଣ୍ଟ ବିଜେପି ପଛରେ କର୍ମୀ ଓ ଅର୍ଥ ଲଗାଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ସେ ନିର୍ବାଚନ କମିଶନଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠେଇବା ସହ କମିଶନ ବିଜେପି ପ୍ରରୋଚନାରେ କାମ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ମୋ ପାଇଁ କିଛି ନୁହେଁ ଏବଂ ଦଳ ହିଁ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/yh_1626692855.jpg)