Advertisment

ମୋଦି ସରକାରଙ୍କ ୬ ଉପଲବ୍ଧି ଦର୍ଶାଇଲେ ରାହୁଲ୍ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ଟପିଲାଣି। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏମିତି କି, ରାହୁଲ୍ କଟାକ୍ଷ କରି ମହାମାରୀ କରୋନା ସମୟରେ କେନ୍ଦ୍ର ସରକାରଙ୍କ ୬ଟି ଉପଲବ୍ଧି ଦର୍ଶାଇଛନ୍ତି। कोरोना काल में सरकार की उपलब्धियां: ● फरवरी- नमस्ते ट्रंप● मार्च- […]

ମୋଦି ସରକାରଙ୍କ ୬ ଉପଲବ୍ଧି ଦର୍ଶାଇଲେ ରାହୁଲ୍ ଗାନ୍ଧି

rahul

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ଟପିଲାଣି। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏମିତି କି, ରାହୁଲ୍ କଟାକ୍ଷ କରି ମହାମାରୀ କରୋନା ସମୟରେ କେନ୍ଦ୍ର ସରକାରଙ୍କ ୬ଟି ଉପଲବ୍ଧି ଦର୍ଶାଇଛନ୍ତି।

Advertisment

https://twitter.com/RahulGandhi/status/1285412685719302146?s=20

ଫେବ୍ରୁଆରୀରେ ନମସ୍ତେ ଟ୍ରମ୍ପ, ମାର୍ଚ୍ଚରେ ମଧ୍ୟପ୍ରଦେଶର ସରକାର ଭାଙ୍ଗିବା, ଏପ୍ରିଲରେ ମହମବତୀ ଜଳାଇବା, ମେ' ରେ ବିଜେପି ସରକାରର ୬ ବର୍ଷ ପୂର୍ତ୍ତି, ଜୁନରେ ବିହାରରେ ଭର୍ଚୁଆଲ୍ ରାଲି ଏବଂ ଜୁଲାଇରେ ରାଜସ୍ଥାନରେ ସରକାର ଭାଙ୍ଗିବା ବୋଲି ରାହୁଲ ଟ୍ୱିଟ୍ କରିଥିଲେ। ଏଥିପାଇଁ ଦେଶ କରୋନାର ଲଢ଼େଇରେ 'ଆତ୍ମନିର୍ଭର' ଅଛି।

ତେବେ ରାହୁଲଙ୍କ ଏଭଳି ଟ୍ୱିଟର୍ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ମଧ୍ୟ କଂଗ୍ରେସର ୬ ମାସରେ ୬ଟି ସଫଳତା ଦର୍ଶାଇ କଟାକ୍ଷ କରିଛନ୍ତି। ଫେବ୍ରୁଆରୀରେ ଶାହିନବାଗ ଓ ଦିଲ୍ଲୀ ଦଙ୍ଗା, ମାର୍ଚ୍ଚରେ ମଧ୍ୟପ୍ରଦେଶ ସରକାର ଓ ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ହରାଇବା, ଏପ୍ରିଲରେ ଶ୍ରମିକଙ୍କୁ ଉସକାଇବା, ମେ ମାସରେ କଂଗ୍ରେସ ପରାଜୟର ୬ ବର୍ଷ ପୂର୍ତ୍ତି, ଜୁନରେ ଚୀନ ସପକ୍ଷରେ ଯିବା ଏବଂ ଜୁଲାଇରେ ରାଜସ୍ଥାନରେ କଂଗ୍ରେସର ପତନ ବୋଲି ଟ୍ୱିଟ୍ କରିଛନ୍ତି ପ୍ରକାଶ ଜାଭଡେକର।

Advertisment

ଏହାସହ ସେ କହିଛନ୍ତି, ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ କମ୍ ରହିଛି। ମହମବତୀ ଜଳାଇବାକୁ ତାତ୍ସଲ୍ୟ କରି ଭାରତୀୟ ଓ କରୋନା ଯୋଦ୍ଧାଙ୍କୁ ରାହୁଲ ଅସମ୍ମାନ କରିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ