Advertisment

ଆସନ୍ତାକାଲି ବାୟୁସେନାରେ ସାମିଲ୍‌ ହେବ ରାଫେଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍। ବାୟୁସେନାର ସେଭେଣ୍ଟିନ୍ ସ୍କ୍ୱାଡର୍ନରେ ସାମିଲ ହେବ ଏହି ଏୟାରକ୍ରାଫ୍ଟ। ଅମ୍ବାଲା ଏୟାରବେସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଗତ ଜୁଲାଇ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା। […]

ଆସନ୍ତାକାଲି ବାୟୁସେନାରେ ସାମିଲ୍‌ ହେବ ରାଫେଲ୍

rafael

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍। ବାୟୁସେନାର ସେଭେଣ୍ଟିନ୍ ସ୍କ୍ୱାଡର୍ନରେ ସାମିଲ ହେବ ଏହି ଏୟାରକ୍ରାଫ୍ଟ। ଅମ୍ବାଲା ଏୟାରବେସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

Advertisment

ଗତ ଜୁଲାଇ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା। ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣପ୍ରାପ୍ତ ଭାରତୀୟ ପାଇଲଟ୍ ଏହି ଜେଟକୁ ଭାରତ ଆଣିଥିଲେ। ରାଫେଲ ନିର୍ମାତା ଫ୍ରାନ୍ସର ଦାସୋ କଂପାନୀ ମୋଟ ୩୬ଟି ଫାଇଟର ଜେଟ୍ ଭାରତକୁ ଯୋଗାଇବ।

ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ବାୟୁସେନାର ଶକ୍ତି ଓ ପରାକ୍ରମକୁ ବହୁଗୁଣିତ କରିବ। ଫ୍ରାନ୍ସଠାରୁ ଭାରତ ମୋଟ୍ ୩୬ଟି ରାଫେଲ ଜେଟ୍ ଆଣିବା ପାଇଁ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଜେଟ୍ ଜରୁରୀକାଳୀନ ଭିତ୍ତିରେ ଆସିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ଜେଟ୍ଗୁଡିକ ଭାରତ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ