Advertisment

ଦିଦିଙ୍କ ଦଳକୁ ଜିତାଇ ନିର୍ବାଚନ ରଣନୀତିିରୁ ସନ୍ୟାସ ନେବେ ବଙ୍ଗର ଚାଣକ୍ୟ !

କୋଲକାତା: ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେପିର ବଙ୍ଗ ଅଭିଯାନ ଫେଲ। ବିକାଶକୁ ମାତ୍ ଦେଲା ଖେଲା ହବେ। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ…

ଅଦ୍ୟତନ ହୋଇଛି
ଦିଦିଙ୍କ ଦଳକୁ ଜିତାଇ ନିର୍ବାଚନ ରଣନୀତିିରୁ ସନ୍ୟାସ ନେବେ ବଙ୍ଗର ଚାଣକ୍ୟ !

mamta and prashant

Advertisment

କୋଲକାତା: ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେପିର ବଙ୍ଗ ଅଭିଯାନ ଫେଲ। ବିକାଶକୁ ମାତ୍ ଦେଲା ଖେଲା ହବେ। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ମମତା। କଳ୍ପନା ଜଳ୍ପନାର ପରିସମାପ୍ତି ହେଲା ସ୍ପଷ୍ଟ ରାୟ ଦେଇଛନ୍ତି ପଶ୍ଚିମବଙ୍ଗବାସୀ। ବିପୁଳ ବହୁମତ ସହ ଦିଦିଙ୍କୁ ପିନ୍ଧାଇଛନ୍ତି ବିଜୟ ମୁକୁଟ। ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ବଙ୍ଗକୁ ଦଖଲ କରିବା ପାଇଁ ବିଜେପି ନିଜର ସବୁ ପ୍ରୟାସ କରିଥିଲେ ବି ଶେଷରେ ଫେଲ ମାରିଛି । ରାଜନୀତିଜ୍ଞଙ୍କ କହିବା କଥା, ଯୋଜନାବଦ୍ଧ ରଣନୀତି ପାଇଁ ପୁଣି ଥରେ ବିଜୟର ସ୍ୱାଦ ଚାଖିଲା ଟିଏମସି । କିଏ ସେ ଚାଣକ୍ୟ, ଯାହା ପାଇଁ ବଦଳିପାରିଲାନି ବଙ୍ଗର ଗାଦି । ବେଙ୍ଗଲରେ ଟିଏମସିର ବିପୁଳ ବିଜୟର ଚାଣକ୍ୟ ହୋଇଛନ୍ତି ପ୍ରଶାନ୍ତ କିଶୋର ।

Advertisment

ଯାହା କିଶୋର କହିଥିଲେ, ସେଇଆ ହିଁ ହେଲା । ଗତ ୨୧ ଡିସେମ୍ବର ୨୦୨୦ରେ ଟ୍ୱିଟ୍ କରି ପ୍ରଶାନ୍ତ କହିଥିଲେ ଯେ, ଯଦି ପଶ୍ଚିମବଙ୍ଗରେ ବିଜେପି ତିନି ଅଙ୍କ ଆସନ ଛୁଇଁଦେବ ତାହାହେଲେ ସେ ଆଉ ତାଙ୍କ ପେଶାରେ ରହିବେ ନାହିଁ । ଆଉ ପଶ୍ଚିମବଙ୍ଗରେ ଯେଉଁ ଆକଳନ କରିଥିଲେ, ତାହା ସତ ହୋଇଛି । ଟିଏମସି ୨୦୦ରୁ ଅଧିକ ଆସନରେ ଅଗ୍ରଣୀ ରହିଥିବା ବେଳେ ବିଜେପି ୭୦ରୁ ଅଧିକ ଆସନରେ ଅଗ୍ରଣୀ ରହିଛି । କିନ୍ତୁ ସେ ଟ୍ୱିଟ୍ କରି ପୁଣି କହିଛନ୍ତି ଆଗାମୀ ଦିନରେ ସେ କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରିବେ ନାହିଁ । ସେପଟେ ଗତ ମାର୍ଚ୍ଚ ୧ରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ସେ ପ୍ରଶାନ୍ତଙ୍କୁ କ୍ୟାବିନେଟ୍ ପାହ୍ୟା ସହିତ ଅନ୍ୟାନ୍ୟ ସୁବିଧା ଦେଇଛନ୍ତି ।

ଟିଏମସି ବିଜୟ ଅଭିମୁଖୀ ଅଗ୍ରସର ହେଉଥିଲେ ହେଁ ଆଜି ଦିନ ତମାମ ଫୋକସରେ ରହିଥିଲା ନନ୍ଦିଗ୍ରାମ ଆସନ। ପୂର୍ବତନ ସାରଥୀ ଶୁଭେନ୍ଦୁ ଅଧିକାରୀ ଟିଏମ୍ସି ଛାଡି ବିଜେପିରେ ସାମିଲ ହେବା ପରେ ତାଙ୍କୁ ଏଠାରେ ସିଧାସଳଖ ଚ୍ୟାଲେଞ୍ଜ ଦେଇଥିଲେ ଦିଦି। ନିଜ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ଭାବନାତ୍ମକ ନିଷ୍ପତ୍ତି ଓ ଏହା ଦିଦିଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଶେଷରେ ସତ ପ୍ରମାଣିତ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁଙ୍କୁଠାରୁ ହାରିଯାଇଛନ୍ତି ଦିଦି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ